Home ଜିଲ୍ଲା ପରିକ୍ରମା ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ବ୍ୟାରିକେଟକୁ କୋହଳ କରାଯାଇଛି

ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ବ୍ୟାରିକେଟକୁ କୋହଳ କରାଯାଇଛି

31

ପୁରୀ, ୨୪/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ମାର୍କେଟ ଛକରୁ ହୋଇଥିବା ବ୍ୟାରିକେଟ ବ୍ୟବସ୍ଥା କୋହଳ କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ଶ୍ରୀ ନଅର ସାମ୍ନା ବ୍ୟାରିକେଟକୁ ପାଖାପାଖି ୪ ଫୁଟ ଖୋଲାଯାଇଛି। ରବିବାର ଦର୍ଶନ ବନ୍ଦ ରହିଥିବା ବେଳେ ଆସନ୍ତାକାଲିଠୁ ପୁଣିଥରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହେବ। ବ୍ୟାରିକେଟକୁ ଆହୁରି କୋହଳ କରାଯିବ ବୋଲି ଏସପି କେ. ବିଶାଳ ସିଂ କହିଛନ୍ତି। ସେହିପରି ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ପୋଲିସ ପକ୍ଷରୁ ହୋଇଥିବା ଅଭିଯୋଗ କେନ୍ଦ୍ରରେ ୧୨୦୦ ଶ୍ରଦ୍ଧାଳୁ ଫିଡ଼ବ୍ୟାକ ଦେଇଛନ୍ତି। ଏହିସବୁ ଫିଡ଼ବ୍ୟାକର ତର୍ଯମା କରାଯାଇ ଦର୍ଶନ ବ୍ୟବସ୍ଥାକୁ ଆହୁରି ବ୍ୟବସ୍ଥିତ ଓ ଶୃଙ୍ଖଳିତ କରାଯିବ ବୋଲି ଏସପି କହିଛନ୍ତି। ଗତ ୨୧ ତାରିଖଠାରୁ ବିନା କୋଭିଡ଼ ସାର୍ଟିଫିକେଟରେ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ ଆରମ୍ଭ ହୋଇଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଆଜି ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବା ସହ ଶ୍ରୀମନ୍ଦିର ଭିତର, ବାହାର ଓ ଚତୁଃପାଶ୍ୱର୍କୁ ସାନିଟାଇଜ କରାଯାଇଛି। ଅଗ୍ନିସେବା ସଂସ୍ଥା ଓ ପୌରସଂସ୍ଥା ପକ୍ଷରୁ ଏହି ସାନିଟାଇଜ କରାଯାଇଥିଲା। ଶ୍ରୀମନ୍ଦିରର ଦୈନନ୍ଦିନ ନୀତିକାନ୍ତି ଠିକ ଭାବେ ଚାଲିଥିଲା। ଆସନ୍ତାକାଲି ଅର୍ଥାତ ସୋମବାରଠାରୁ ପୁନଃରାୟ ସର୍ବସାଧାରଣ ବ୍ୟାରିକେଟ ମଧ୍ୟରେ ଯାଇ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.