Home ଜିଲ୍ଲା ପରିକ୍ରମା ଶୀତଳପୁର ଗାଁ ସାଳନ୍ଦୀ ନଦୀପଠାରୁ ମଇଁଶିକୁ ଝାମ୍ଫିନେଲା ହିଂସ୍ର କୁମ୍ଭୀର, ଦିନରେ ଝାମ୍ଫିନେଲା,ସନ୍ଧ୍ୟାରେ ସଚେତନତା ପାଇଁ...

ଶୀତଳପୁର ଗାଁ ସାଳନ୍ଦୀ ନଦୀପଠାରୁ ମଇଁଶିକୁ ଝାମ୍ଫିନେଲା ହିଂସ୍ର କୁମ୍ଭୀର, ଦିନରେ ଝାମ୍ଫିନେଲା,ସନ୍ଧ୍ୟାରେ ସଚେତନତା ପାଇଁ ଆସିଲେ ବନଖଣ୍ଡ ଅଧିକାରୀ

13

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ ପଠାରେ ସୋମବାର ସକାଳ ସମୟରେ ମଇଁଶିଟି ନଦୀରୁ ପାଣି ପିଉଥିବା ବେଳେ ଝାମ୍ଫିନେଇଥିଲା ହିଂସ୍ର କୁମ୍ଭୀର। ହିଂସ୍ର କୁମ୍ଭୀରଟି ୧୫/୧୬ଫୁଟ ଲମ୍ବର ହୋଇଥିବାରୁ ମଇଁଶିଟିକୁ ନଦୀମଧ୍ୟକୁ ନେଇ ଦୀର୍ଘ ସମୟ ଧରି ଝୁଣିକି ଖାଇଥିଲା। ବାତ୍ୟା ଦାନା ପ୍ରଭାବ ଲଗାଣ ବର୍ଷାରେ ସାଳନ୍ଦୀ ନଦୀ ଉଛୁଳା ଥିବାରୁ କିଛିଦିନ ହେବ ୫/୬ ହିଂସ୍ର କୁମ୍ଭୀର ନଦୀକୂଳ ଦେଇ ଘୂରି ବୁଲୁଥିବାରୁ ଗାଁରେ ଆତଙ୍କ ସୃଷ୍ଟି ହୋଇଛି। ଏପରିକି ନଦୀକୂଳିଆ ଲୋକ ଭୟରେ ନଦୀକୂଳକୁ ଜଗି ରହୁଛନ୍ତି। ପ୍ରତିଦିନ ନଦୀବନ୍ଧ ଦେଇ ଶତାଧିକ କୋମଳମତି ପିଲାମାନେ ଗାଁ ପ୍ରାଥମିକ ସ୍କୁଲକୁ ଯାଉଥିବା ବେଳେ ଗାଁର ବସବାସ କରୁଥିବା ଲୋକ ଦୈନନ୍ଦିନ ନିତ୍ୟ ବ୍ୟବହାର ଜିନିଷ ପାଇଁ ଯାତାୟତ କରିଥାନ୍ତି। ସକାଳେ ଏପରି ଘଟଣା ଘଟିବା ପରେ ଖବର ପାଇ ଭଦ୍ରକ ଓ ଧାମନଗର ବନଖଣ୍ଡ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଗାଁ ଲୋକଙ୍କୁ ସଚେତନତା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.