ad
କେନ୍ଦୁଝର

ଶିଷ୍ୟା ପ୍ଲସର ପ୍ରଥମ ବାର୍ଷିକ ଉତ୍ସବ

ହରିଚନ୍ଦନପୁର,ତା ୭ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁରର ଶିଷ୍ୟା ପ୍ଲସର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ନିକଟସ୍ଥ ରୁଦ୍ରବିହାରର ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ ଯୋଗ ଦେଇଥିଲେ । ଏଥିସହ ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀ ପ୍ରଦୀପ କୁମାର ଚକ୍ର, ଶିଶୁ ଶିକ୍ଷା ବିଶେଷଜ୍ଞ ରୋମା ମଣ୍ଡଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କଳାକାର ବଳ, କିଶୋର ଚନ୍ଦ୍ର ମିଶ୍ର, ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ନିବାସ ପାଇକରାୟ ଅତିଥି ଭାବେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସାଂସ୍କୃତିକ ସଙ୍ଗୀତ ସାରେଗାମା ପରିବେଷଣ କରିଥିବା ସହ ଦୀପ ପ୍ରଜ୍ଜ୍ଵଳନ ପରେ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିଷ୍ୟା ଆଣ୍ଡ ଶିଷ୍ୟା ପରିବାର ତଥା ସତ୍ୟ ଫାଉଣ୍ଡେସନର ଅଧ୍ୟକ୍ଷ ସତ୍ୟାନନ୍ଦ ସାହୁ, ଶିକ୍ଷାର ନିର୍ଦ୍ଦେଶକ ଅନୀଲ କୁମାର ଚଉଡା ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଦର୍ଶକମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top