Home ଜିଲ୍ଲା ପରିକ୍ରମା ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା

ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା

16

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଦିବା ୧୨ଟା୩୦ ରେ ଭଦ୍ରକ ଜିଲ୍ଲା ପରିଷଦ ସଭା ଗୃହ ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକର ଅଧକ୍ଷତା କରିଥିଲେ ଅତିରିକ୍ତ ଜିଲ୍ପାପାଳ (ସାଧାରଣ) ସରୋଜ କୁମାର ଦତ , ମୁଖ୍ୟ ଉନ୍ନୟନ ଅଧକାରୀ,ଜିଲ୍ଲା ପରିଷଦ ଶୁଭେନ୍ଦ୍ର କୁମାର ସାମଲ ଓ ଉପଶ୍ରମ କମିଶନର ବିନୋଦ କୁମାର ଟୁଡୁ, ଶ୍ରମ ଅଧିକାରିଣୀ ପ୍ରେମ ମଞ୍ଜରୀ ନାୟକ, ପୂର୍ବତନ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୁଧାଂଶୁ ଶେଖର ବଳ, ଡିସିପିଓ ଅବିନାଶ ମହାନ୍ତି, ସିଡବ୍ଲ୍ୟୁସି ଚେୟାରମେନ୍ ଡାକ୍ତର ଦେବରାଜ ପାଣିଗ୍ରାହୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି ଓ ଜିଲ୍ଲାର ପ୍ରମୁଖ ଅଧିକାରୀ ମାନେ ଯୋଗ ଦେଇ ଥିଲେ। ଶିଶୁ କାହାକୁ କୁହାଯାଏ । ୧୪ ବର୍ଷରୁ କମ ବର୍ଷର ପିଲାଙ୍କୁ ଶିଶୁ କୁହାଯାଏ। ୧୪ ରୁ ୧୮ ବର୍ଷର ପିଲାଙ୍କୁ କିଶୋର କୁହାଯାଏ । ତେଣୁ ଏହି ୧୮ ବର୍ଷରୁ କମ ବୟସ୍କ ପିଲାଙ୍କୁ ଯଦି ଅର୍ଥ ପାଇଁ କେଉଁଠି କାର୍ଯ୍ୟ କରାଯାଉଥିବ ତେବେ ତାଙ୍କୁ ଶିଶୁ ଶ୍ରମିକ ବୋଲି ବିବେଚନା କରାଯିବ। ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ କୁ ଦଣ୍ଡ ପ୍ରଦାନ ର ପ୍ରାବିଧାନ ରହିଛି। ଭଦ୍ରକରେ ବିଡି ଶିଶୁ ଶ୍ରମିକ ବିରୋଧୀ ପ୍ରଥମ ଆନ୍ଦୋଳନ ସଫିଆ ବେଗମ୍ ଙ୍କ ଦ୍ୱାରା କରା ଯାଇଥିଲା। ସେ ବିଭିନ୍ନ ସମୟରେ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମର ମୁଖ୍ୟ ଭୂମିକା ନେଇଥାନ୍ତି। ପୂର୍ବତନ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଲେ ଯେ ଶିଶୁ ଶ୍ରମିକ ସମାଜରେ ବୃଦ୍ଧି ପାଇଲେ କିପରି ନିଶା କାରବାର ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ। ବିଦ୍ୟାଳୟ ସ୍ତରରେ ଶିଶୁ ଶ୍ରମିକ ଚିହ୍ନଟ କରାଯାଇ ଶିଶୁ ଶ୍ରମିକର ନିରାକରଣ ହୋଇପାରିଲେ ଶିଶୁ ଶ୍ରମିକର ହାର କ୍ରମଶ ହ୍ରାସ ପାଇବ। ଶେଷରେ ଉପ ଶ୍ରମ କମିଶନର ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.