Home ଓଡ଼ିଶା ଶିବରାଜଙ୍କୁ କଡା ଜବାବ ଦେଲା ବିଜେଡି

ଶିବରାଜଙ୍କୁ କଡା ଜବାବ ଦେଲା ବିଜେଡି

721

ଭୁବନେଶ୍ୱର,୧୧ /୦୮(ଓଡିଆ ପୁଅ/ପଙ୍କଜିନୀ ନାୟକ): ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ଆଜି କଡା ଜବାବ ଦେଇଛି ବିଜେଡି । ଆକାର ଜବାବ ପଥରରେ ଦେବା ଭଳି ଆଜି ବିଜେଡି ଜବାବ ଦେଇଛି ।

ଆଜି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଜେଡି ଓ ବିଜେପି ଉପରେ  ଶିବରାଜ ବର୍ଷିଥିବା ବେଳେ ତାଙ୍କ ଅଭିଯୋଗକୁ ନେଇ ବିଜେଡିର ଶଶୀ ବେହେରା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଆଞ୍ଚଳିକ ଦଳ ହେଲେ ବି ଆମର ଜାତୀୟ ଆଭିମୁଖ୍ୟ ରହିଛି । ଯେତେବେଳେ ସମସ୍ୟା ଉପୁଜିବ ଦେଶର ସ୍ୱାର୍ଥ ଦୃଷ୍ଟିରୁ ଆମେ ସମର୍ଥନ ଦେବୁ ।’

ଏହା ସହ କାଳିଆ ଯୋଜନାରେ ମୁଣ୍ଡ ନପୂରାଇ ସେ ମଧ୍ୟପ୍ରଦେଶ କଥା ଚିନ୍ତା କରନ୍ତୁ ବୋଲି  ଶଶୀ କହିଛନ୍ତି ।  ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାଧାରଣ ଲୋକଙ୍କ ପାଇଁ ଏହା ଏକ ଆଦରଣୀୟ ଯୋଜନା । ରାଜ୍ୟ ସରକାର ଯୋଜନାରେ ତ୍ରୁଟି ବିଚ୍ୟୁତି ସୁଧାରୁଛନ୍ତି । ଏହା ଛଡା କୃଷକଙ୍କ ପାଇଁ ପଞ୍ଚଦଶ ଅର୍ଥ କମିଶନ ଯୋଜନାକୁ ମଧ୍ୟ ପ୍ରଶଂସା କରିଛନ୍ତି ।’ତେବେ ଶିବରାଜଙ୍କ ପ୍ରଶ୍ନ ଉଠାଇବା ନିରର୍ଥକ ବୋଲି ଶଶୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.