Home ଜିଲ୍ଲା ପରିକ୍ରମା ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା

ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା

39

ଭଦ୍ରକ, ୧୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ହସନାବାଦ ପଞ୍ଚାୟତ ଅଧୀନ ପଙ୍ଗଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳର ସହକାରୀ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଅଛି। ଏହି ପରିପ୍ରେକ୍ଷୀରେ ପଙ୍ଗଟା ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅଜୟ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ କରା ଯାଇଥିଲା। ଉକ୍ତ ସଭାରେ ଗୋପବନ୍ଧୁ ନଗର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସଂମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଜଗନ୍ନାଥ ମଲ୍ଲିକ, ରାଜକିଶୋର ପ୍ରଧାନ, ଧନେଶ୍ୱର ମହାନ୍ତି, ପ୍ରଧାନ ଶିକ୍ଷକ ବିକ୍ରମ କେଶରୀ ଶତପଥୀ, ଶିକ୍ଷକ ଅଭୟ ଚରଣ ସ୍ୱାଇଁ, ଶିକ୍ଷକ ବିଜୟ କୁମାର ଦାସ, ଗୁରୁ ଚରଣ ମହାଳିକ, ଅଶୋକ କୁମାର ଜେନା, ଜିତେନ୍ଦ୍ର କୁମାର ମୁଦୁଲି,ପର୍ଶୁରାମ କର,ଶିକ୍ଷୟତ୍ରୀ ପଦ୍ମାବତୀ ମାଝୀ, ବିଦ୍ୟାଳୟ କମିଟି ସଭାପତି ଅମରେନ୍ଦ୍ର ରାଉତ, ମାଧୁରୀ ସ୍ୱାଇଁ ଏବଂ ବହୁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ସହ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ଙ୍କୁ ଭଲ ପାଉଥିବା ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ତାଙ୍କର ତ୍ୟାଗ ପୂତ ଶିକ୍ଷକତା ଜୀବନୀ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହଯୋଗୀ ଶିକ୍ଷୟତ୍ରୀ ସାରଥୀ ଲତା ରାଉତ, ଶୁଭସ୍ମିତା ଦାସ, ରୋଜାଲିନ ସ୍ୱାଇଁ, ଜୟପ୍ରଭା ସାହୁ ପ୍ରମୁଖ ପରିଚାଳନା କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.