Home କନ୍ଧମାଳ ଶିକ୍ଷକ ସଂଘ ତରଫରୁ ଗୁରୁ ଦିବସରେ ୪ଜଣ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧନା

ଶିକ୍ଷକ ସଂଘ ତରଫରୁ ଗୁରୁ ଦିବସରେ ୪ଜଣ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧନା

182

ବାଲିଗୁଡା,୬/୯.(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଶିକ୍ଷକ ସଂଘ ତରଫରୁ ସ୍ଥାନୀୟ ବନବାସୀ ସେବା ସମିତିର ଜ୍ଞାନମନ୍ଦିର ପରିସର ମଧ୍ୟରେ ସଂଘର ସଭାପତି ବିଜୟ କୁମାର ମହାରଣା ଙ୍କ ସଭାପତିତ୍ୱରେ ଗୁରୁ ଦିବସ ପାଳନ ସମାରୋହ ସହ ୪ଜଣ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ବି.ଆର.ସି.ସି.ମହେଶ୍ୱର ମାଝୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାମସନ ନାୟକ, ଶିକ୍ଷକ ସଂଘର ଜିଲ୍ଲା ସଭାପତି ସମରେନ୍ଦ୍ର ଦାସ, ବ୍ଲକ ଶିକ୍ଷକ ସଂଘର ସମ୍ପାଦକ ମଧୁ ସୂଦନ ବେହେରା ପ୍ରମୁଖ ଯୋଗ ଦେଇ ଡ଼ଃ.ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଫୋଟୋ ଚିତ୍ର ରେ ଦୀପ ପ୍ରଜ୍ଜଳନ ପୂର୍ଵକ ପୁଷ୍ପ ମାଲ୍ୟାର୍ପଣ କରି ଦିବସର ତାପ୍ତର୍ଯ୍ୟ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କ ରେ ଉଦବୋଧନ ଦେଇଥିଲେ। ଏଥିରେ ଶିକ୍ଷୟତ୍ରୀ ଦୀପ୍ତିମୟୀ ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ନମିତା ପ୍ରହରାଜ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ନିକଟରେ ଅବସରଗ୍ରହଣ କରିଥିବା ବାଲିଗୁଡା ବ୍ଲକ ର ୪ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଶୋକ କୁମାର ପାତ୍ର, ଆମୋଷ ନାୟକ, ବ୍ରମରବର ନାୟକ, ଓ ଉର୍ମିଳା ଦେଇ ଙ୍କୁ ସଂଘ ତରଫରୁ ମାନପତ୍ର ସହ ଉପ ଢାଉକାନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା, ପ୍ରତ୍ୟୁତ୍ତର ରେ ସେମାନେ ନିଜର ଚାକିରୀ କାଳ ମଧ୍ୟରେ ଥିବା ବିଭିନ୍ନ ଅନୁଭୂତି ବର୍ଣ୍ଣନା କରିଥିଲେ। ଶିକ୍ଷକ ସଂଘ ତରଫରୁ ସସ୍ମିତା ପଣ୍ଡା, ମହେନ୍ଦ୍ର ମଲ୍ଲ,ଓ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଗୁରୁ ଦିବସ ପାଳନ ର ମହତ୍ୱ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଶେଷରେ ଶିକ୍ଷୟତ୍ରୀ ସସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.