Home କେନ୍ଦୁଝର ଶିକ୍ଷକ ଶିକ୍ଷୟତ୍ରୀ ବିଳମ୍ବରେ ଆସିବାକୁ ନେଇ ଉତ୍ତେଜନା, ଗେଟରେ ତାଲା ପକାଇଲେ କମିଟି ସଦସ୍ୟ

ଶିକ୍ଷକ ଶିକ୍ଷୟତ୍ରୀ ବିଳମ୍ବରେ ଆସିବାକୁ ନେଇ ଉତ୍ତେଜନା, ଗେଟରେ ତାଲା ପକାଇଲେ କମିଟି ସଦସ୍ୟ

40

ହାଟଡିହି- ୨ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକରେ ଏବେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଛି। ଶିକ୍ଷକ ଶିକ୍ଷତ୍ରୀମାନେ ମନଇଛା ସ୍କୁଲକୁ ଆସୁଥିବାବେଳେ ଉପଯୁକ୍ତ ତଦାରଖ ଅଭାବରୁ ଅନେକ ବିଦ୍ୟାଳୟର ଶିକ୍ଷକ ମାନେ ସ୍କୁଲ ନଯାଇ ବିଭିନ୍ନ ଛକ ବଜାର ଓ ଅଫିସର ସମୟ କଟାଉଥିବା ନେଇ ଅଭିଯୋଗ ହୋଇଛି। ଆଜି ହାଟଡିହି ସରକାରୀ ନୋଡାଲରେ ଏପରି ଏକ ଘଟଣା ଘଟିବାକୁ ମିଳିଛି। ବିଳମ୍ବରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲକୁ ଯିବାରୁ କିଛି ସ୍କୁଲ କମିଟି ସଦସ୍ୟ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ। ପରେ ଅଧିକାରୀମାନେ ପହଞ୍ଚି ଏହି ବିବାଦର ସମାଧାନ କରିଥିବା ଦେଖିବାକୁ ମିଳିଛି। ଖବରରୁ ଜଣାଯାଇଛି ଯେ ହାଟଡିହି ନୋଡାଲରେ ୧୮୨ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ୭ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ ପାଇଁ ନିଯୁକ୍ତ ଅଛନ୍ତି। ଗତ କିଛିଦିନ ହେଲା କିଛି ଶିକ୍ଷକ ଶିକ୍ଷୟତ୍ରୀ ଘଣ୍ଟେ ଦେଢ଼ ଘଣ୍ଟା ବିଳମ୍ବରେ ଆସୁଥିବାରୁ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେମାନେ ଆଜି ସ୍କୁଲ ନିକଟରେ ଜଗି ରହିଥିଲେ। ଆଜିଠାରୁ ସ୍କୁଲ ୬ଟାରୁ ୯ଟା ପର୍ଯ୍ୟନ୍ତ ହେବାକୁ ଥିବାବେଳେ ୬ଟା ପରେ ସେମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେିଥିଲେ। ୬ଟା ତିରିଶରେ କିଛି ଶିକ୍ଷକ ଶିକ୍ଷୟତ୍ରୀ ଆସିବାରୁ ୌସମାନେ ଭିତରକୁ ଯାଇ ପାରିନଥିଲେ। ଖବରପାଇ ବିଇଓ ଅଭୟ କୁମାର ବେହେରା, ଏବିଇଓ ଧନେଶ୍ୱର ଖଣ୍ଡେଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଆଲୋଚନା କରି ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିୟମିତ ଠିକ ସମୟରେ ସ୍କୁଲକୁ ଆସିବାକୁ ବାଧ୍ୟ ବୋଲି ଶୁଣାଇ ଦେଇଥିଲେ। ସକାଳ ୬ଟାରେ ଦୁର ଦୁରାନ୍ତରୁ ଆସି ପହଞ୍ଚିବା ସମ୍ଭବପର ହେଉ ନାହିଁ ବୋଲି କିଛି ଶିକ୍ଷୟତ୍ରୀ ଅଭିଯୋଗ କରିଥିଲେ ବି ଅଧିକାରୀ ମାନେ ତୁମେ କିପରି ଆସିବ ଓ କିପରି କ୍ଲାସ କରିବ ତାହା ତୁମ ଉପରେ ନିର୍ଭର କରେ, ଯେହେତୁ ତୁମେମାନେ ଘରଭଡା ପାଉଛ ତେଣୁ ପାଖରେ କେଉଁଠି ଘର ଭଡାନେଇ ରୁହ ଓ ନିର୍ଦ୍ଦିଷ୍ଟ ସମୟରେ ସ୍କୁଲରେ ପହଞ୍ଚ, ସେ କଥା ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବୁଝିବେ ନାହିଁଁ ବୋଲି କହିବାପରେ ଅଭିଭାବକ ଓ ସ୍କୁଲ କମିଟି ସଦସ୍ୟ ମାନେ ଫେରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.