Home କେନ୍ଦ୍ରାପଡ଼ା ଶିକ୍ଷକନେତା ମନୋରଞ୍ଜନ ବାରିକଙ୍କ ବିୟୋଗରେ ଶୋକସଭା

ଶିକ୍ଷକନେତା ମନୋରଞ୍ଜନ ବାରିକଙ୍କ ବିୟୋଗରେ ଶୋକସଭା

86

କେନ୍ଦ୍ରାପଡା ୬/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ମନୋରଞ୍ଜନ ବାରିକ(ବୁନୁ)ଙ୍କ ଅକାଳ ବିୟୋଗରେ ଏକ ଶୋକସଭା ସ୍ଥାନୀୟ ଗରାପୁରସ୍ଥିତ ଶିକ୍ଷକଭବନରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକନେତା ରାଜେନ୍ଦ୍ର ପ୍ରସାଦ ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଶୋକସଭାରେ କେନ୍ଦ୍ରାପଡା ବ୍ଲକର ବିଭିନ୍ନ ଶିକ୍ଷକ ସଂଗଠନର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କୋଭିଡ ଗାଇଡ ଲାଇନକୁ ଅନୁସରଣକରି ଉପସ୍ଥିତ ହୋଇଥିଲେ। ପ୍ରଥମେ ସୂର୍ଗତ ବାରିକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଉପସ୍ଥିତ କର୍ମକର୍ତ୍ତା ଓ ଶିକ୍ଷକ, ଶିକ୍ଷୟତ୍ରୀମାନେ ସୂର୍ଗତ ବାରିକଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ବିୟୋଗରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମତବ୍ୟକ୍ତ କରିଥିଲେ। ସୂର୍ଗତ ବାରିକ ଜଣେ ନିଷ୍ଠାପର, ସଚ୍ଚୋଟ ଓ ପରୋପକାରୀ ତଥା ଧର୍ମପରାୟଣ ବ୍ୟକ୍ତି ଥିଲେ। ଏହିସଭାରେ ଅଶୋକ କୁମାର ସାହୁ, ଅନନ୍ତ କୁମାର ପରିଡା, ସେକ ଖତିଫ, ମାନଭଞ୍ଜନ ପ୍ରଧାନ, ସେକ ରଇସୁଦ୍ଦିନ, ସେକ ମନସୁର ଅଲ୍ଲୀ, କ୍ଷେତ୍ରମଣୀ ଦେଇ, ପ୍ରତିଭା ମାହାଳି ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଲାଞ୍ଜିଗଡ ବ୍ଲକ ଏବିଇଓ କାଶିନାଥ ରାଉତରାୟ ଓ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ପ୍ରେରିତ ଶୋକବାର୍ତ୍ତା ପଠନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.