Home ଜିଲ୍ଲା ପରିକ୍ରମା ଶିକ୍ଷକଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମହଙ୍ଗା ପଡିଲା ; ନିଲମ୍ବିତ ହେଲେ ଶିକ୍ଷକ

ଶିକ୍ଷକଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମହଙ୍ଗା ପଡିଲା ; ନିଲମ୍ବିତ ହେଲେ ଶିକ୍ଷକ

135

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ କୋଡବରୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସପନ କୁମାର ମିଶ୍ରଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଘଟଣାରେ ଆଜି ଭଦ୍ରକ ବ୍ଲକ୍ ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବିତ କରିଥିବାର ଜଣାପଡିଛି । ସରକାରୀ କାର୍ଯ୍ୟର ଅବହେଳା ଓ ହ୍ୱାଟସ୍‌ଆପ୍ ଗ୍ରୁପ୍‌ରେ ଅଶ୍ଳୀଳ ଭିଡିଓ ଭାଇରାଲ ନେଇ ବ୍ଲକ୍ ଶିକ୍ଷାଧିକାରୀ ଏଭଳି ପଦକ୍ଷେପ ନେଇଥିବାର ଜଣାପଡିଛ । ଏଠାରେ ସୂଚନାଯୋଗ୍ୟ ସାବରଙ୍ଗ ଶାସନ ନିବାସୀ ସପନ କୁମାର ମିଶ୍ରଙ୍କର ୬ ଦିନ ପୂର୍ବରୁ ଜଣେ ମହିଳାଙ୍କ ସହ ଯେଉଁ ଅନୈତିକ ସଂପର୍କ ରହିଥିଲା, ସେ ସଂପର୍କିତ ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା । ଶିକ୍ଷକ ଶ୍ରୀ ମିଶ୍ର ପୂର୍ବରୁ ନଳବାଙ୍କ ସ୍କୁଲ, ଅମୃତମଣି ସ୍କୁଲରେ ପଢୁଥିବା ଛାତ୍ରୀଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ଦଣ୍ଡିତ ହୋଇଥିଲେ । ଏପରିକି ତାଙ୍କର ସାବରଙ୍ଗ ବଜାରରେ ଥିବା ଏକ ଲେଡିଜ୍ କର୍ଣ୍ଣରକୁ ଆସୁଥିବା ମହିଳାମାନଙ୍କ ପ୍ରତି ଅଶାଳୀନ ବ୍ୟବହାରର ଅଭିଯୋଗ ରହିଥିଲା । ଏହି ଘଟଣାକୁ ନେଇ ସହରର ବହୁ ଜନସାଧାରଣ, ବୁଦ୍ଧିଜୀବୀ ଓ ଶିକ୍ଷକଙ୍କ ସମେତ କୋଡବରୁଆଁ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅଭିଭାବକମାନେ ନିନ୍ଦା କରିବା ସହ ଚାକିରୀରୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ । ଏପରିକି ଆଜି ନାରୀ ସୁରକ୍ଷା ପ୍ରଗତି ମଂଚ ଭଦ୍ରକ ଜିଲା ଶାଖା ପକ୍ଷରୁ ସମାଜସେବିକା ରାଜଲକ୍ଷ୍ମୀ ମହାପାତ୍ର, ଶୁଭଶ୍ରୀ ବେହେରା, ସ୍ୱର୍ଣ୍ଣମୟୀ ଦାସ ଓ ସତ୍ୟଭାମା ମିଶ୍ର ପ୍ରମୁଖ ସଂପୃକ୍ତ ଶିକ୍ଷକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲାପାଳ, ଜିଲା ଆରକ୍ଷୀ ଅଧିକ୍ଷକ ଓ ଜିଲା ଶିକ୍ଷାଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.