Home କେନ୍ଦୁଝର ଶାସଙ୍ଗରେ ବିଶ୍ୱଶାନ୍ତି ମହାଯଜ୍ଞ ୨୫ରୁ

ଶାସଙ୍ଗରେ ବିଶ୍ୱଶାନ୍ତି ମହାଯଜ୍ଞ ୨୫ରୁ

80

ହାଟଡିହି, ୧୬ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ପ୍ରତିବର୍ଷ ପରି ଚଳିତବର୍ଷ ଅନୁଷ୍ଠିତ ହେବାକୁଥିବା ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୨୫ତାରିଖ ଠାରୁ ୨୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିପାଇଁ ସଭାପତି ଯୁଦ୍ଧିଷ୍ଠିର ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୫ତାରିଖ ମଧ୍ୟାହ୍ନରେ ଘଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡ ନିକଟରେସ୍ଥାପନ କରାଯିବ । ତା ପରେ ରିତୀନୀତି ଅନୁଯାଇ ପୂଜାର୍ଚ୍ଚନା ସହ ତିନିଦିନ ଧରି ହୋମଯଜ୍ଞ କରାଯିବାର କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା କରାଯାିଥିଲା । ୨୭ତାରିଖ ଅପରାହ୍ନରେ ପୁର୍ଣ୍ଣାହୁତୀ ପ୍ରଦାନ କରାଯିବାର ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ବିମ୍ବାଧର ବିଶ୍ୱାଳ, ତପୋଧନ ସ୍ୱାଇଁ, କାହ୍ନୁ ଚରଣ ପାଢ଼ୀ, ପ୍ରାଣବଲ୍ଲବ ବିଶ୍ୱାଳ, ରମାକାନ୍ତ ବିଶ୍ୱାଳ, ମୋହନ ଚରଣ ପାଢ଼ୀ, ଅନାଦି ଚରଣ ରାଉତ, କିଶୋର ଆଚାର୍ଯ୍ୟ, ଶାନ୍ତନୁ କୁମାର ରାଉତ, ଶିଶିର କୁମାର ବିଶ୍ୱାଳ, ଖଗେଶ୍ୱର ବାରିକ, ସୁଶାନ୍ତ ବେହେରା, ପର୍ଶୁରାମ ନାୟକ, ନିତ୍ୟାନନ୍ଦ ପାଢ଼ୀ, କୈଳାଶ ସୁବୁଦ୍ଧି, ସୁବୋଧ ଆୟଚ, ପ୍ରଦୀପ ସ୍ୱାଇଁ, ଚକ୍ରଧର ସାହୁ, ବନ ବିହାରୀ ବେହେରା, ଜଗବନ୍ଧୁ ରାଉତ, ଅନାଦି ଚରଣ ବିଶ୍ୱାଳଙ୍କ ସମେତ ଯଜ୍ଞ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.