Home Top News ଶାରୀରିକ ସମ୍ପର୍କ ବେଳେ ୬୧ ବର୍ଷ ବୟସ୍କ ବ୍ୟକ୍ତି ଚେତାଶୂନ୍ୟ ହୋଇ ମୃତ

ଶାରୀରିକ ସମ୍ପର୍କ ବେଳେ ୬୧ ବର୍ଷ ବୟସ୍କ ବ୍ୟକ୍ତି ଚେତାଶୂନ୍ୟ ହୋଇ ମୃତ

339

ମୁମ୍ବାଇ ୨୩-୫ (ଓଡ଼ିଆ ପୁଅ) ମୁମ୍ବାଇରେ ଜଣେ ୬୧ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଶାରୀରିକ ସମ୍ପର୍କ ରଖିବା ସମୟରେ ମୃତ୍ୟୁ ଘଟିଛି। ଆଜି ସକାଳେ ଏକ ହୋଟେଲରେ ଏହି ଘଟଣା ଘଟିଛି। ନିଜ ସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବ୍ୟକ୍ତିଜଣକ ହୋଟେଲକୁ ଆସିଥିଲେ। ଶାରୀରିକ ସମ୍ପର୍କ ସମୟରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଡାକ୍ତରଖାନା ନିଆଯିବା ପରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତ୍ୟୁର କାରଣ ତୁରନ୍ତ ଜଣା ପଡିନାହିଁ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ କହିବାନୁସାରେ, ପୁରୁଷ ଜଣକ ସକାଳ ପ୍ରାୟ ୧୦ ଟା ସମୟରେ ୪୦ ବର୍ଷ ବୟସ୍କା ମହିଳାଙ୍କ ସହିତ କୁର୍ଲାର ଏକ ହୋଟେଲରେ ପହଁଚିଥିଲେ।

ପୁରୁଷ ଜଣକ ମହିଳାଙ୍କ ବିଷୟରେ ତାଙ୍କର ଗାର୍ଲଫ୍ରେଣ୍ଡ ବୋଲି କହିଥିଲେ। କିଛି ସମୟ ପରେ ମହିଳା ଜଣକ ହୋଟେଲ ରିସେପ୍ସନରେ ଜଣାଇଥିଲେ ଯେ ପୁରୁଷ ଜଣକ ଚେତାଶୂନ୍ୟ ହୋଇଯାଇଛନ୍ତି ଏବଂ କୌଣସି ପ୍ରତିକ୍ରିୟା ଦେଉ ନାହାଁନ୍ତି। କୁର୍ଲା ପୋଲିସ ଷ୍ଟେସନର ଅଧିକାରୀ କହିଛନ୍ତି ଯେ ହୋଟେଲ କର୍ମଚାରୀ ତୁରନ୍ତ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ବୃଦ୍ଧଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଉକ୍ତ ବ୍ୟକ୍ତିଙ୍କୁ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଛନ୍ତି। ପରେ ମହିଳାଙ୍କୁ କୁର୍ଲା ପୋଲିସ ଷ୍ଟେସନକୁ ଅଣାଯାଇ ପଚରାଉଚରା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.