Home ଓଡ଼ିଶା ଶାନ୍ତି ଶୃଙ୍ଖଳା ରେ  ରଣପୁର ବାର ଆସୋସିଏସନ୍ ନିର୍ବାଚନ ଶେଷ

ଶାନ୍ତି ଶୃଙ୍ଖଳା ରେ  ରଣପୁର ବାର ଆସୋସିଏସନ୍ ନିର୍ବାଚନ ଶେଷ

46

ନୟାଗଡ/୨୭/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବାର ଆସୋସିଏସନ୍ ରାଜ ରାଜୁଡା ଅମଳରୁ ରହିଆସି ବେଶ ସୁନାମ ଅର୍ଜନ କରିଅଛି । ଏହି ଅଦାଲତ ରେ ଓକିଲାତି କରି ରାଜ୍ୟର ଅନେକ ଅଦାଲତ ରେ ପଦ ପଦବୀରେ ରହି ଆସିଛନ୍ତି । ଓଡିଶା ବାର କାଉନସିଲ ନିଷ୍ପତି ଅନୁଯାଇ ମାର୍ଚ୍ଚ ୨୭ ତାରିଖରେ ରଣପୁର ବାର ଆସୋସିଏସନ୍ ର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କେବଳ ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା ବେଳେ ଅନ୍ୟ ସମସ୍ତ ପଦବୀ ଅପ୍ରତିଦ୍ୱନ୍ଦୀ ଭାବେ ଜିତିଥିଲେ । ସଭାପତି ପଦ ପାଇଁ ବରିଷ୍ଠ ଆଇନଜିବୀ ସୂର୍ଯ୍ୟକାନ୍ତ ମହାପାତ୍ର ଓ ବରିଷ୍ଠ ଆଇନଜିବୀ ସୁବାଷ ଜେନା ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା  ।

ସୂର୍ଯ୍ୟକାନ୍ତ ମହାପାତ୍ର ୩୭ ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ସୁବାଷ ଜେନା ୨୪ ଖଣ୍ଡ ଭୋଟ ପାଇଥିଲେ । ସାଧାରଣ ସମ୍ପାଦକ ଭାବେ ଚତୁର୍ଥ ଥର ସତ୍ୟ ରଞ୍ଜନ ମତା ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ । ଉପ ସଭାପତି ଭାବେ ପ୍ରେମନାଥ ମହାପାତ୍ର , ସହ ସମ୍ପାଦକ ଭାବେ ଉମେଶ ରଞ୍ଜନ ସାହୁ , କୋଷାଧକ୍ଷ ଭାବେ ତ୍ରିନାଥ ସାମନ୍ତରାୟ , ଲାଇବ୍ରେରିୟାନ ପ୍ରଦିପ୍ତ କୁମାର ପାଣିଗ୍ରାହୀ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ । ଭୋଟ ପରିଚାଳନା କରୁଥିଲେ ଗିରିଜା ଶଙ୍କର ସାମନ୍ତରାୟ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.