Home ଓଡ଼ିଶା ଲୋଧାଚୁଆ ଠାରେ ମିନିଟ୍ରକ୍ ଧକ୍କାରେ ବୃଦ୍ଧ ହରିହରଙ୍କ ମୃତ୍ୟୁ

ଲୋଧାଚୁଆ ଠାରେ ମିନିଟ୍ରକ୍ ଧକ୍କାରେ ବୃଦ୍ଧ ହରିହରଙ୍କ ମୃତ୍ୟୁ

29

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)ନୟାଗଡ ଜିଲ୍ଲ୍‌ା ରଣପୁର ବ୍ଲକ୍ ଲୋଧାଚୁଆ ଗ୍ରାମ ପଂଚାୟତ ବଗଲ ଗ୍ରାମର ହରିହର ପ୍ରଧାନ (୭୦)ଙ୍କର ଏକ ମିନିଟ୍ରକ୍ ଧକ୍କାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଗତ ମେ ୩ ତାରିଖ ୧୨ଘଟିକା ସମୟରେ ବୃଦ୍ଧ ହରିହର ଲୋଧାଚୁଆ ଗ୍ରାମ ପଂଚାୟତରୁ ଖାଉଟି ସାମଗ୍ରୀ ଚାଉଳ , ଗହମ ଆଣିବା ପାଇଁ ଯାଇଥିଲେ । ସାମଗ୍ରୀ ଧରି ଲୋଧାଚୁଆ ଗ୍ରାମ ପଂଚାୟତ ସାମ୍‌ନାରେ ଆସୁଥିବା ବେଳେ ରାଜସୁନାଖଳା ପଟୁ ରଣପୁର ଆଡକୁ ଦ୍ରୁତ ଗତିରେ ଆସୁଥିବା ଙଊ-୦୨-ଇଇ-୪୭୭୧  ନମ୍ବର ବିଶିଷ୍ଟ ଏକ ବିଦେଶୀ ମଦ ବୋଝେଇ ମିନିଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା ଫଳରେ ହରିହର କିଛି ଦୂରକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ ।

ସେଠାରେ ଉପସ୍ଥିତ ଥିବା ଲୋକମାନେ ହରିହରଙ୍କୁ ଗୁରୁତର ଅବସ୍ଥାରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ଦେଖିବା ପରେ ହରିହରଙ୍କ ଅବସ୍ଥା ଅତି ଗୁରୁତର ଆଡକୁ ଯିବାର ଦେଖି ତାଙ୍କୁ ଖୋର୍ଦ୍ଧା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଡାକ୍ତରଖାନା ରେ ଡାକ୍ତର ଗତ ୩ ତାରିଖ ସଂଧ୍ୟାରେ ହରିହରଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୋଗ ପାଇଲା ପରେ ରଣପୁର ଥାନା ପୋଲିସ୍ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରିବା ସହ ଧକ୍କା କରିଥିବା ମିନିଟ୍ରକ୍ କୁ ଜବତ କରିଥିବା ଜଣାପଡିଛି । ରଣପୁର ଥାନା ପୋଲିସ୍ ଖୋର୍ଦ୍ଧା ସରକାରୀ ଡାକ୍ତରଖାନାରେ ପହଂଚି ଶବ ଜବତ କରି ପୋଷ୍ଟ୍ ମଟମ୍ ପରେ ମୃତକଙ୍କ ପୁଅ ଯଦୁମଣି ପ୍ରଧାନଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.