Home Top News ଲୋକେ କହିଲେ – ବାଃରେ ପୁଅ, ବାଃ! କି ବୁଦ୍ଧି, କି ଯୋଗାଡ଼! କେତେ ଚତୁର!...

ଲୋକେ କହିଲେ – ବାଃରେ ପୁଅ, ବାଃ! କି ବୁଦ୍ଧି, କି ଯୋଗାଡ଼! କେତେ ଚତୁର! ଲକ୍ଷଲକ୍ଷ ଟଙ୍କାର ମଦ ବୋତଲ

160

ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ଅପରାଧ କରିବାର ନୂଆ କୌଷଳ। ବୋଧ ହୁଏ ଏପରି ବୁଦ୍ଧି କୌଣସି ଇଞ୍ଜିନିୟର ନଥିବ। କି କୌଣସି ଅଟୋମୋବାଇ୍‌ କମ୍ପାନୀ ମନକୁ ଆସିନଥିବ। ମଦ କାରବାରର ପାଇଁ ଏପରି ଏଖ ଖୁପିଆ ଯୋଗାଡ଼ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଦେଖି ଲୋକଙ୍କ ଆଶ୍ଚର୍ଯ୍ୟର ସୀମା ନାହିଁ। ଏହା ଏପରି ଏକ ଜୁଗାଡ୍ ଯାହା ଆପଣ କ୍ୱଚିତ୍ କଳ୍ପନା କରିପାରିବେ।
ଲୋକମାନେ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଏହାର କାରଣ ହେଉଛି ଏପରି ମନ୍ଦବୁଦ୍ଧି ଆଶୁଛି କେଉଁଠୁ?
ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ ଏକ ମିନି ଟ୍ରକ୍ ପାର୍କିଂ ହୋଇଛି। କିଛି ଅଧିକାରୀ ଠିଆ ହୋଇଛନ୍ତି ଏବଂ ଏହାର ତଦନ୍ତ କରାଯାଉଛି। ପିକଅପ୍ ଟ୍ରକ୍ ସମ୍ପୂର୍ଣ୍ଣ ଖାଲି ଅଛି। ଏଥିରେ କିଛି ନାହିଁ। କିନ୍ତୁ ଯାଞ୍ଚ କରାଯାଉଛି।
କିନ୍ତୁ ତା’ପରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ନମ୍ବର ପ୍ଲେଟ୍ ଖୋଲି ସେହି ଅଂଶକୁ ଟାଣନ୍ତି। ଯାହା ଦେଖାଯାଏ ତାହା ଦେଖିବା ପରେ, ଆପଣ ବି ଆଶ୍ଚର୍ଯ୍ୟ ହେବେ, କହିବେ ବାଃ ରେ ପୁଅ ବାଃ, ତୋର କେତେ ବୁଦ୍ଧି।
ସମସ୍ତଙ୍କ ସାମ୍ନାରେ ଏହି ଗୁପ୍ତଚର ଷ୍ଟୋରେଜ୍ ଖୋଲାଯାଉଛି। ସେଥିରୁ ବହୁତ ମଦ ବୋତଲ ବାହାରୁଛି, ଯାହାକୁ ବହୁତ ଭଲଭାବେ ସେଟ୍‌ କରି ରଖାଯାଇଛି।

ଏହି ଭିଡିଓ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେୟାର କରି ସେ ଲେଖିଛନ୍ତି,

ଚତୁର! ‘ପେଲୋଡ୍!’ ଶବ୍ଦକୁ ଏକ ସମ୍ପୂର୍ଣ୍ଣ ନୂତନ ଅର୍ଥ ପ୍ରଦାନ କରେ କିନ୍ତୁ ମୁଁ ଆପଣଙ୍କୁ ନିଶ୍ଚିତ କରେ ଯେ ଏହି ପ୍ରକାରର ଉଦ୍ଭାବନ ଆମର ଅନୁସନ୍ଧାନ କେନ୍ଦ୍ରରେ ପିକଅପ୍ ଟ୍ରକ୍ ଉତ୍ପାଦ ବିକାଶ ଦଳ ପାଇଁ ଡିଜାଇନ୍ ର ଅଂଶ ନୁହେଁ, କିମ୍ବା ଏହା କେବେ ହେବ ନାହିଁ!

https://twitter.com/anandmahindra/status/1372801084612169731

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.