Home ଓଡ଼ିଶା ଲିଫ୍ଟ ଦେଉଥିବା ବ୍ୟକ୍ତି ସାବଧାନ !

ଲିଫ୍ଟ ଦେଉଥିବା ବ୍ୟକ୍ତି ସାବଧାନ !

391

ନୂଆଦିଲ୍ଲୀ,୨୬/୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଏଣିକି ଲିଫ୍ଟ ଦେଉଥିବା ବ୍ୟକ୍ତି ସାବଧାନ । କାରଣ ଆପଣଙ୍କର ଏହି ଗୋଟିଏ ଭୁଲ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଆଉ ଏଥିପାଇଁ ଜରିମାନା ଦେବା ସହ ଆପଣ ଜେଲ ମଧ୍ୟ ଯାଇପାରନ୍ତି । ମୋଟର ଭେଇକିଲ ଆକ୍ଟ ୧୯୮୮ର ଧାରା ୬୬ ଅନୁସାରେ କୌଣସି ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ଆଇନ ବିରୁଦ୍ଧ ବୋଲି କୁହାଯାଇଛି।

ଯଦି ଆପଣ କୌଣସି ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ ସ୍ବରୂପ ଲିଫ୍ଟ ଦିଅନ୍ତି ତେବେ ଆପଣ ବ୍ୟକ୍ତିଗତ ଗାଡିକୁ କମର୍ସିୟାଲ ବ୍ୟବହାର କରୁଥିବାର ଧରାଯିବ । ପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ଫଳରେ ଆପଣ ଜରିମାନା ଦେବା ସାଙ୍ଗକୁ ଜେଲ ଦଣ୍ଡ ମଧ୍ୟ ଭୋଗିପାରନ୍ତି । ଆପଣଙ୍କୁ ୨ ହଜାର ଟଙ୍କାରୁ ୫ ହଜାର ଟଙ୍କା ଯାଏଁ ଜରିମାନା ଦେବାକୁ ପଡିବ । ସେଥିପାଇଁ ଏବେ ଲିଫ୍ଟ ଦେବା ପୂର୍ବରୁ ଶହେ ଥର ଚିନ୍ତା କରନ୍ତୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.