Home ଓଡ଼ିଶା ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ : ଇଣ୍ଡିଆ କ୍ୟାପିଟାଲ୍ସକୁ ଚାମ୍ପିଅନ୍ ମୁକୁଟ

ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ : ଇଣ୍ଡିଆ କ୍ୟାପିଟାଲ୍ସକୁ ଚାମ୍ପିଅନ୍ ମୁକୁଟ

71
Final match

ଭୁବନେଶ୍ୱର, ୦୬ ଅକ୍ଟୋବର (ଓଡ଼ିଆ ପୁଅ) ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ରେ ଇଣ୍ଡିଆ କ୍ୟାପିଟାଲ୍ସ ବିଜୟ ମୁକୁଟ ପିନ୍ଧିଛି। ଜୟପୁରର ସୱାଇ ମାନ୍ ସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏକ ଚିତାକର୍ଷକ ଫାଇନାଲରେ ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ ଇଣ୍ଡିଆ କ୍ୟାପିଟାଲ୍ସ ଭିଲ୍‌ୱାରା କିଙ୍ଗ୍‌ସକୁ ୧୦୪ ରନ୍‌ରେ ପରାଜିତ କରି ଟ୍ରଫି ହାସଲ କରିଛି। ଆରମ୍ଭରେ ମନ୍ଥର ବେଗରେ ଯାଉଥିବା ଇଣ୍ଡିଆ କ୍ୟାପିଟାଲ୍ସ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ୨୦ ଓଭର୍‌ରେ ୭ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା। ଅନ୍ୟପକ୍ଷରେ ଭିଲ୍‌ୱାରା କିଙ୍ଗ୍‌ସ ୧୮.୨ ଓଭର୍‌ରେ ସମସ୍ତ ୱିକେଟ୍ ହରାଇ ୧୦୭ କରିବାକୁ ସକ୍ଷମ ହୋଇଥିଲା। ଭିଲ୍‌ୱାରା କିଙ୍ଗ୍‌ସ ଟସ୍ ଜିତି ପ୍ରଥମେ ଫିଲ୍ଡିଙ୍ଗ୍ ପାଇଁ ନିଷ୍ପତି ନେଇଥିଲା ଏବଂ ଫାଇନାଲରେ ଏକ ଭଲ ଆରମ୍ଭ କରିଥିଲା। କିନ୍ତୁ କ୍ୟାପିଟାଲ୍ସ ପାଇଁ ଏହା ଏକ ସମ୍ପୂର୍ଣ୍ଣ ଦଳୀୟ ପ୍ରୟାସ ଥିଲା ଯାହା ଦଳକୁ ବିଜୟ ମୁକୁଟ ପିନ୍ଧାଇଥିଲା।

ଫାଇନାଲ ମ୍ୟାଚ୍‌ରେ ରସ୍ ଟେଲର୍ (୪୧ ବଲରେ ୮୨ ରନ୍‌) ଓ ମିଶେଲ ଜନ୍‌ସନ (୩୫ ବଲ୍‌ରେ ୬୨ ରନ୍‌)ଙ୍କ ଚମତ୍କାର ବ୍ୟାଟିଙ୍ଗ୍ ଇଣ୍ଡିଆ କ୍ୟାପିଟାଲ୍ସକୁ ବିଜୟୀ କରାଇଥିଲା। ଉଭୟ ଷ୍ଟାର୍ ବ୍ୟାଟ୍‌ସମ୍ୟାନ ୫ମ ୱିକେଟ୍ ଯାଏଁ ମିଳିତ ଭାବେ ୧୨୬ ରନ୍ କରିଥିବା ବେଳେ ଭିଲ୍‌ୱାରା କିଙ୍ଗ୍‌ସର ବ୍ୟାଟ୍‌ସମ୍ୟାନ୍ କୌଣସି ସାର୍ଥକ ସହଭାଗିତା ପାଇଁ ସକ୍ଷମ ହୋଇନଥିଲେ। ପୂର୍ବତନ ଇଂଲଣ୍ଡ ପେସର୍ ଟିମ୍ ବ୍ରେସ୍‌ନନ୍ ଶେଷରେ ୧୫ତମ ଓଭର୍‌ରେ ଜନ୍‌ସନ୍‌ଙ୍କୁ ଆଉଟ୍ କରି ଏହି ସହଭାଗିତାକୁ ଭାଙ୍ଗିଥିଲେ। ସେହିପରି ଟେଲର୍ ୧୭ତମ ଓଭର୍‌ରେ ଆଉଟ୍ ହୋଇଥିଲେ। କିଙ୍ଗ୍‌ସ ଓପ୍‌ନର୍ ମୋର୍‌ନେ ଭାନ୍ ୱିକ୍ ୫ ରନ୍ କରି ଓ ୱିଲିୟମ ପୋର୍ଟର୍‌ଫିଲ୍ଡ ୧୨ ରନ୍ କରି ୪ର୍ଥ ଓଭର୍‌ରେ ଆଉଟ୍ ହୋଇଥିଲେ। ୟୁସୁଫ୍ ପଠାନ୍ ୬ ରନ୍‌, ସେନ୍ ୱାଟ୍‌ସନ୍ ୨୭ ରନ୍ ଓ ଜେସାଲ୍ କାରିଆ ୨୨ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ଭିଲ୍‌ୱାରା କିଙ୍ଗ୍‌ସ କ୍ୟାପ୍ଟେନ ଇର୍‌ଫାନ୍ ପଠାନ୍ ୨ ରନ୍ କରି ଦ୍ୱାଦଶ ଓଭର୍‌ରେ ଆଉଟ୍ ହୋଇଥିଲେ। ଇଣ୍ଡିଆ କ୍ୟାପିଟାଲ୍ସ ପାଇଁ ୩ ଜଣ ବୋଲର୍ ପୱନ ସୁୟାଲ୍ (୨-୨୭), ପଙ୍କଜ ସିଂହ (୨-୧୪) ଓ ପ୍ରବୀଣ ତାମ୍ବେ (୨-୧୯) ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.