Home ଓଡ଼ିଶା ଲତାର ମହାବୀର ତ୍ରିକେଟ୍ କପ୍ ଫାଇନାଲ ରେ ବ୍ରଜରାଜପୁର ଚମ୍ପିଆନ୍‌

ଲତାର ମହାବୀର ତ୍ରିକେଟ୍ କପ୍ ଫାଇନାଲ ରେ ବ୍ରଜରାଜପୁର ଚମ୍ପିଆନ୍‌

33

ନୟାଗଡ/୦୫/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଲତାର ମହାବୀର ତ୍ରିକେଟ୍ କପ୍ ଗତ ୫ ଦିନଧରି ନଡିଆଭଙ୍ଗା ପଡିଆ ରେ ଅନୁଷ୍ଠିତ ହେଉଥିଲା । ୮ ଗୋଟି ଦଳ କୁ ନେଇ ୧୨ ଓଭର ବିଶିଷ୍ଟ ମ୍ୟାଚ୍ ଚାଲିଥିଲା । ଫାଇନାଲ୍ ରେ ବ୍ରଜରାଜପୁର ଦଳ ମଙ୍ଗରାଜପୁର ଦଳ କୁ ଭେଟିଥିଲେ ।  । ଏହି ଫାଇନାଲ୍ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ , ଚଳଚ୍ଚିତ୍ର ପ୍ରଜୋଜିକା ପ୍ରତିଭା ମହାନ୍ତି , ସମାଜସେବୀ ସୁରେଷ ଚନ୍ଦ୍ର ମିଶ୍ର , ସରପଞ୍ଚ ସୁକାନ୍ତ ସାମନ୍ତରାୟ , ସମିତି ସଭ୍ୟ ତପନ କୁମାର ପଟ୍ଟନାୟକ , ଯୁବ ଜନତା ରଣପୁର ବ୍ଲକ ସଭାପତି ବନମାଳୀ ମହାପାତ୍ର ଯୋଗ ଦେଇଥିଲେ । ଫାଇନାଲ୍ ରେ ବ୍ରଜରାଜପୁର ଦଳ ୪ ୱିକେଟ୍ ବିନିମୟ ରେ ୧୪୭ ରନ ସଂଗ୍ରହ କରି ଚମ୍ପିଆନ୍ ହୋଇଥିବା ବେଳେ ରନର୍ସପ୍ ଦଳ ମଙ୍ଗରାଜପୁର ୮୭ ରନ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ଚମ୍ପିଆନ୍ ଦଳ କୁ ୬ ହଜାର ଟଙ୍କାର ଚେକ୍ ପ୍ରଦାନ ଓ ରନର୍ସପ୍ ଦଳ କୁ ୪ ହଜାର ଟଙ୍କାର ଚେକ୍ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ବି.କେ ଜଗଦେବ ଓ କାର୍ତ୍ତିକ ଜେନା ଖେଳ ପରିଚାଳନା କରିଥିଲେ । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବ୍ରଜରାଜପୁର ଦଳ ର ମାନସ ପଲେଇ ଙ୍କୁ  ଟ୍ରଫି ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.