Home ଓଡ଼ିଶା ଲତାର ମହାବୀର କ୍ରିକେଟ କ୍ଲବ ଉଦଘାଟନୀ ରେ ଲୋଧାଚୁଆ ବିଜୟୀ

ଲତାର ମହାବୀର କ୍ରିକେଟ କ୍ଲବ ଉଦଘାଟନୀ ରେ ଲୋଧାଚୁଆ ବିଜୟୀ

10

ନୟାଗଡ/୦୧/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଲତାର ମହାବୀର କ୍ରିକେଟ କ୍ଲବ ପ୍ରତିବର୍ଷ ଅନୁଷ୍ଠିତ ହେଉଅଛି । ସେହିଭଳି ଭାବରେ ଚଳିତ ବର୍ଷ ଉତ୍କଳ ଦିବସ ଅବସର ରେ କ୍ରିକେଟ ମ୍ୟାଚ୍ ନଡିଆ ଭଙ୍ଗା ପଡିଆ ରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ୮ ଗୋଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଉଦଘାଟନୀ ଦିବସ ରେ ମୟୁରଝାଲିଆ ଓ ଲୋଧାଚୁଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।

ଲୋଧାଚୁଆ ଦଳ ୫ ୱିକେଟ୍ ବିନିମୟରେ ୮ ଓଭର ରେ ୧୩୬ ରନ୍ କରି ବିଜୟ ଲାଭ କରିଥିବା ଜଣାପଡିଛି । ଏହି ଉଦଘାଟନୀ ଦିବସ ରେ ଅତୀଥି ଭାବେ ରଣପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଇଂ ଦେବାଶିଷ୍ ପଟ୍ଟନାୟକ , ସମାଜ ସେବୀ ସିଦ୍ଧାର୍ଥ ପଣ୍ଡା , ବ୍ରଜରାଜପୁର ସରପଞ୍ଚ ସୁକାନ୍ତ ସାମନ୍ତରାୟ ଓ ସମିତି ସଭ୍ୟ ତପନ କୁମାର ପଟ୍ଟାନାୟକ ଯୋଗ ଦେଇଥିଲେ । କ୍ରିକେଟ ମ୍ୟାଚ ପରିଚାଳନା କରୁଥିଲେ ବିକ୍ରମ କେଶରୀ ମହାପାତ୍ର ଓ ବି.କେ ଜଗଦେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.