Home ଜିଲ୍ଲା ପରିକ୍ରମା ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଥିବା ଘରସବୁ ବୁଲି ଦେଖିଲେ ତହସିଲଦାର

ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଥିବା ଘରସବୁ ବୁଲି ଦେଖିଲେ ତହସିଲଦାର

44

ନବରଙ୍ଗପୁର ୨୫-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଜାରି ରହିଥିବା ଲଘୁଚାପ ପରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଝରିଗାଁ ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ଅନେକ କଚ୍ଚା ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଆଜି ଆର ଆଇ ଶ୍ରୀ ବସନ୍ତ କୁମାର ବିଶୋଇଙ୍କୁ ସାଙ୍ଗରେ ଧରି ବିଭିନ୍ନ ଗାଁ ପରିଦର୍ଶନ କରିଛନ୍ତି ଝରୀଗାଁ ତହସିଲଦାର ଶ୍ରୀ ହୃଷୀକେଶ ଗଣ୍ଡ। ଫୁଫୁଗାଁ ରାଜସ୍ବ ମଣ୍ଡଳ ଅନ୍ତର୍ଗତ ଭାଲୁ କନାଡି, ପାଲିଆ, ବେଲଝରୀ ଓ ଅନ୍ୟାନ୍ୟ ଗ୍ରାମ ମାନଙ୍କରେ କଚ୍ଚାଘର ଭାଙ୍ଗିଥିବା ପ୍ରଭାବିତ ଲୋକଙ୍କ ପାଖରେ ନିଜେ ଯାଇ ପହଂଚି ତାଙ୍କର ସୁବିଧା ଅସୁବିଧା ପଚାରି ବୁଝିଛନ୍ତି। ତହସିଲଦାରଙ୍କ ସହ ଆର୍ ଆଇ ଶ୍ରୀ ବସନ୍ତ କୁମାର ବିଷୋୟୀ ମଧ୍ୟ ସାଙ୍ଗରେ ଘର ଘର ବୁଲି କ୍ଷୟକ୍ଷତିର ଆକଳନ କରିଛନ୍ତି। ବିଭାଗୀୟ ସୂଚନାନୁସାରେ ଫୁଫୁଗାଁ ରାଜସ୍ୱ ମଣ୍ଡଳର ତିନୋଟି ଗାଁରେ ପ୍ରାଥମିକ ଆକଳନ ଅନୁସାରେ ସମୁଦାୟ ୨୬ ଜଣଙ୍କ ମାଟି ଘର ଭାଙ୍ଗିଥିବା ଜଣାପଡ଼ିଛି। ସମସ୍ତ କ୍ଷତିଗ୍ରସ୍ତଙ୍କୁ ପ୍ରଶାସନ ତରଫରୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ତହସିଲଦାର ଶ୍ରୀ ବିଷୋୟୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.