Home ଓଡ଼ିଶା ଲଗାଣ ବର୍ଷା ପାଇଁ ନୟାଗଡ଼ରେ ସ୍ଥିତି ଗମ୍ଭୀର

ଲଗାଣ ବର୍ଷା ପାଇଁ ନୟାଗଡ଼ରେ ସ୍ଥିତି ଗମ୍ଭୀର

245

ନୟାଗଡ଼,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ମହାନଦୀ ଉପର ମୁଣ୍ଡରେ ୩ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ନୟାଗଡ଼ ଗଣିଆ ଅଂଚଳରେ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ନୟାଗଡ଼ ସାତକୋଶିଆ ସମେତ ବଡସିଲିଙ୍ଗ, ରାସଙ୍ଗ, ଛାମୁଣ୍ଡିଆ ଅଂଚଳରେ ସମସ୍ତ ଚାଷ ଜମି ଜଳମଗ୍ନ ହେବା ସହ ରାସ୍ତା ଉପରେ ୩ ଫୁଟର ଜଳ ପ୍ରବାହିତ ହେଉଛି ।

ଅନ୍ୟପଟେ ରାସ୍ତା ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଜଳ ପ୍ରବାହିତ ହେଉଥିବାରୁ ଏହି ଅଂଚଳକୁ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ତେବେ ପ୍ରଶାସନ ପକ୍ଷରୁ ଏ ଯାଏ ଗ୍ରାମବାସୀଙ୍କ ପାଖରେ କୌଣସି ସୁବିଧା ସୁଯୋଗ ପହଂଚି ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.