Home ଜିଲ୍ଲା ପରିକ୍ରମା ଲକ୍‌ଡାଉନ ସମୟର ମଧୁର ଅନୁଭୂତି – କିଚେନ ଗାର୍ଡ଼ନରେ କଟୁଛି ଅମଲ ଦାସଙ୍କ ସମୟ

ଲକ୍‌ଡାଉନ ସମୟର ମଧୁର ଅନୁଭୂତି – କିଚେନ ଗାର୍ଡ଼ନରେ କଟୁଛି ଅମଲ ଦାସଙ୍କ ସମୟ

176

ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କରୋନା ମହାମାରୀକୁ ନେଇ ସବୁଠି ତିକ୍ତ ଅନୁଭୂତି। କରୋନା ମହାମାରୀକୁ ନେଇ ସମସ୍ତେ ଆତଙ୍କିତ। ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତକୁ ନେଇ ସନ୍ଦିହାନ। ଲକ୍‌ଡାଉନ ଓ ସର୍ଟଡାଉନ ପାଇଁ କଳ କାରଖାନା ବନ୍ଦ। ଚାକିରି ହରାଇ ପ୍ରବାସୀ ଚାତକ ପରି ଅନାଇ ବସିଛନ୍ତି କେବେ ପରିସ୍ଥିତି ସ୍ୱାଭାବିକ୍ ହେବ। ଚାଷୀ ଅଭାବୀ ବିକ୍ରୀର ସମ୍ମୁଖୀନ। କେତେକ ବ୍ୟବସାୟିକ ପ୍ରତିଷ୍ଠାନରେ ଆଜିବି ତାଲା ଝୁଲୁଥିବାବେଳେ, ଅଧିକାଂଶ ସ୍ଥାନରେ ଅଚଳାବସ୍ଥା। ଶିକ୍ଷକ, ଶିକ୍ଷୟକତ୍ରୀ, ଅଧ୍ୟାପକ ଶିକ୍ଷା କର୍ମଚାରୀ ସରକାରୀ ଗାଇଡଲାନ ମାନି ଅନଲାଇନ ପାଠପଢ଼ାରେ ବ୍ୟସ୍ତ। ସରକାରୀ କାର୍ଯ୍ୟାଳୟର କର୍ମଚାରୀ ଓ ଅଧିକାରୀ କରୋନା ମହାମାରୀବିରୋଧରେ ଲଢ଼େଇ ଜାରୀ ରଖିଛନ୍ତି। ପୁଲିସ ସ୍ୱାସ୍ଥ୍ୟକର୍ମୀ ସାଜିଛନ୍ତି କରୋନା ବିରୋଧୀ ଯୋଦ୍ଧା। ତେବେ ଏପରି ସ୍ଥିତିରେ ଅମଲ ଦାସ କିଛିଟା ବ୍ୟତିକ୍ରମ। ଓଡିଶା ଆଗ୍ରୋ ଇଣ୍ଟଷ୍ଟ୍ରିଜରେ ଚାକିରି କରି ଅବସରଗ୍ରହଣ କରିଥିବା ଭଦ୍ରକ ୭ନମ୍ବର ୱାର୍ଡ଼ ଭିଆଇପି କଲୋନୀର ବାସିନ୍ଦା ଶ୍ରୀ ଦାସଙ୍କ ପାଇଁ କରୋନା ଆଣିଦେଇଛି ଏକ ନୂଆ ଅନୁଭୂତି। ଚାକିରି ଜବୀନର ବହୁ ସାଇତା ଅନୁଭୁତି ଓ ଅଭିଜ୍ଞତାର ଭରପୁର ବିନିଯୋଗ କରି ଚାଲିଛନ୍ତି ଶ୍ରୀ ଦାସ। ଶ୍ରୀ ଦାସ ବେଶ ପରିଶ୍ରମୀ। ବଲାଙ୍ଗିର କଳାହାଣ୍ଡି ଓ ଭଦ୍ରକ ପରି ୩ଟି ଜିଲ୍ଲାରେ ଆଗ୍ରୋ ଇଣ୍ଡଷ୍ଟ୍ରିଜରେ କାମ କରି ଗତ ବର୍ଷକ ପୂର୍ବେ ଅବସର ଗ୍ରହଣ କରିଛନ୍ତି। ସମସ୍ତଙ୍କୁ ନିଜର କରିନେବାର ଗୁଣ ଯୋଗୁଁ ଶ୍ରୀ ଦାସ ଚାକିରି ଜୀବନରେ ବହୁ ଚାଷୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେମାନଙ୍କ ସୁଖଃଦୁଖଃରେ ସାଥୀ ହୋଇଛନ୍ତି। ଚାଷୀଙ୍କ ଚାଷ ପ୍ରଣାଳୀ ସହ ପରିଚିତ ହୋଇଛନ୍ତି। ପରୋକ୍ଷରେ ଚାଷୀଙ୍କ ଜୀବନଶୈଳୀ ତାଙ୍କୁ ପ୍ରୋତ୍ସାହିତ କରିଛି। ତେଣୁ ଅବସର ଗ୍ରହଣ ପରେ ଶ୍ରୀ ଦାସ ନିରବ ବସି ନାହାନ୍ତି। ତାଙ୍କର ରହିଛି ଭିଆପି ରୋଡ଼ରେ ଏକ ଓମଫେଡ଼ ପାର୍ଲର। ରାତି ୪ଟାରୁ ଆସି ପାର୍ଲରରେ ପହଞ୍ଚି ଯାଆନ୍ତି। ୨/୪ଘଣ୍ଟାର ବ୍ୟବସାୟ ପରେ ଘରକୁ ପଳାଇ ଯାଆନ୍ତି। ଲକଡାଉନ କଟକଣା ପାଇଁ ବହୁ ସମୟ ଦେକାନା ବନ୍ଦ ରହୁଥିବାରୁ ତାଙ୍କୁ ଏବେ ମିଳିଯାିଛି ଯଥେଷ୍ଟ ସମୟ। ସେହି ସମୟକର ସତବ୍ୟବହାର କରିଚାଲିଛନ୍ତି ଶ୍ରୀ ଦାସ। ଏ;ବେ ନିଜ ଘର ଛାତ ଉପରେ ଆରମ୍ଭ କରିଥିବା କିଚେନ ଗାର୍ଡ଼ନ ଉପରେ ବେଶୀ ସମୟ ଦେଉଛନ୍ତି। ପୂର୍ବରୁ କେବଳ ଫୁଲ ଗଛ ପ୍ରତି ଦୁର୍ବଳତା ଥିଲା। କିନ୍ତୁ ଏବେ ପୁଲ ଗଛ ସହିତ ପରିବା ଉପରେ ବେଶ ଧ୍ୟାନ ଦେଇ ଚାଲିଛନ୍ତି। ଅମଲଙ୍କ ଆଗ୍ରହକୁ ସମ୍ମାନ ଜଣାଉଛନ୍ତି ପରିବାର ଲୋକ। ତେଣୁ ପତ୍ନୀ କଲ୍ୟାଣୀ, ପୁତ୍ର ବବଲୁ, ବଧୂ ପ୍ରିୟଙ୍କା ଓ ମାନସୀ ସମସ୍ତେ ଶ୍ରୀ ଦାସଙ୍କୁ ଏôତରେ ସହଯୋଗ କରୁଛନ୍ତି। ଭେଣ୍ଡି, କାକୁଡ଼ି, ଜହ୍ନି, ବିଭିନ୍ନ କିସମର ଶାଗ, ଧନିଆ ପତ୍ର, ମକା, ଝୁଡ଼ଙ୍ଗ ଛୁଇଁ ପରି ବିଭିନ୍ନ ପରିବା ଗଛର ବଣ ପାଲଟିଛି ଶ୍ରୀ ଦାସଙ୍କ ଛାତ। ଏଥି ପାଇଁ ବେଶ ପରିଶ୍ରମ ମଧ୍ୟ ତାଙ୍କୁ କରିବାକୁ ପଡ଼ୁଛି। ମାଟି ଓ ଖତ ଖୋଜିକି ଯୋଗାଡ଼ କରିବା, ଟାଙ୍କିରୁ ପାଣିର ବ୍ୟବସ୍ଥା, ପରିବା ଗଛରେ ଜୈବିକ ସାର ପ୍ରୟୋଗ ପରି ବିଭିନ୍ନ କାର୍ଯ୍ୟରେ କଟିଯାଉଛି ଶ୍ରୀ ଦାସଙ୍କ ଲକ୍‌ଡାଉନ ସମୟ। ତେଣୁ କରୋନା ସବୁ ବର୍ଗର ଲୋକଙ୍କ ପାଇଁ ତିକ୍ତ ଅନୁଭୂତି ଆଣିଥିବାବେଳେ, ଅମଲ ବାବୁଙ୍କ ପାଇଁ ଆଣିଦେଇଛି ଭିନ୍ନ ଏକ ଅନୁଭୂତି। ସବୁଠାରୁ ବଡ଼ କଥା ହେଉଛି ତାଙ୍କ ଛାତ ଉପରେ ସେ ସୃଷ୍ଟି କରୁଥିବା ବିଭିନ୍ନ ଗଛର ଚାରାକୁସେ ନିଜ ଲୋକଙ୍କୁ ବାଣ୍ଟିବା ସହ ଗଛ କେତେ ବଡ଼ ହେଲାଣି ସେ କଥା ମଧ୍ୟ ପଚାରି ବୁଝନ୍ତି। ତେବେ ଲକଡାଉନ ସମୟରେ ଶ୍ରୀ ଦାସଙ୍କ ଏପ୍ରକାର ଭିନ୍ନ ଅନୁଭୂତି ଅନ୍ୟମାନଙ୍କ ପାଇଁ ନିଶ୍ଚିତ ପ୍ରେରଣାଦାୟୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.