Home ଜିଲ୍ଲା ପରିକ୍ରମା ଲକଡାଉନ୍‌ର ସୁଯୋଗରେ କୋଇଲା ମାଫିଆ ସକ୍ରୀୟ

ଲକଡାଉନ୍‌ର ସୁଯୋଗରେ କୋଇଲା ମାଫିଆ ସକ୍ରୀୟ

87

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁରରେ କିଛିଦିନ ପାଇଁ କୋଇଲା ମାଫିଆଙ୍କ କାରବାର ବନ୍ଦ ହେବା ପରେ ପୁଣି ନୂତନ ଢଙ୍ଗରେ ମାତିଛନ୍ତି ସେମାନେ । ସଂପୂର୍ଣ୍ଣ ନୂତନ କୌଶଳରେ କୋଇଲାର ଚୋରା କାରବାର ଏବେ ସକ୍ରୀୟ ରହିଥିବାର ଜଣାଯାଉଛି । କେତେବେଳେ କୋଭିଡ୍‌-୧୯ ଲେଖାଥିବା ପିକ୍‌ଅପ୍ ଭ୍ୟାନ୍ ତ କେତେବେଳେ ବାଇକ୍ ଯୋଗେ ସେମାନେ କରୁଛନ୍ତି କୋଇଲାର ଚୋରା ଚାଲାଣ । ସୂଚନା ଅନୁଯାୟୀ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ ନାୟକାଣୀଡିହି ଥାନା ପୁଲିସ୍ ଏକ ଚୋରା କୋଇଲା ପିକ୍‌ଅପ୍ ଜବତ କରିଛି । କୋରବାଟିଆରୁ କୋଇଲା ନେଇ ବିରସ ଅଭିମୁଖେ ଆସୁଥିବା ସମୟରେ ଖବର ପାଇ ନାୟକାଣୀଡିହି ଏଏସ୍‌ଆଇ ବିଜୟ ଦାସ ମହାପାତ୍ର ନେତୃତ୍ୱରେ ପୁଲିସ୍ ଚୋରା ପିକ୍‌ଅପ୍‌କୁ ରାଜଘରପୋଖରୀ ପାଖରେ ଅଟକାଇବାରୁ ଡ୍ରାଇଭର ଖସି ପଳାଇଯାଇଥିବା ବେଳେ ଗାଡିକୁ ଜବତ କରିଛି । ଗାଡିରେ ଦେଢଟନ୍‌ରୁ ଉର୍ଦ୍ଧ୍ୱ କୋଇଲାଥିବା ଜଣାପଡିଛି । ଏହି ଗାଡିରେ କୋଭିଡ୍‌-୧୯ ଗ୍ରୋସରୀ ଲେଖାଥିବା ପାସ୍ ଲାଗିଥିବାର ଦେଖିବାକୁ ମିଳିଛି । ଅନୁରୂପ ଭାବର ମାତ୍ର ଗୋଟାଏ ଦିନ ପରେ ଏଡତାଳରୁ କୋରବାଟିଆହ ଅଭିମୁଖେ ୬ଟି ବାଇକ୍‌ରେ ଚୋରା କୋଇଲା ଆସୁଥିବା ଖବର ପାଇ ନାୟକାଣୀଡିହି ପୁଲିସ୍ ଏଏସ୍‌ଆଇ ଦିଲ୍ଲୀପ ଦେହୁରୀ, କନେଷ୍ଟବଳ ରମେଶ ନାୟକ, ଅକ୍ଷୟ ବାରିକ, ରଂଜନ ମିଶ୍ର ପହଞ୍ôଚ ବାଇକ୍‌କୁ କାବୁ କରିବା ସମୟରେ ୩ ବାଇକ୍ ୫ ବସ୍ତାରୁ ଉର୍ଦ୍ଧ୍ୱ ଚୋରା କୋଇଲା ଜବତ ସହ ଜଣକୁ ଗିରଫ କରିଥିବା ବେଳେ ଅନ୍ୟମାନେ ବାଇକ୍ ଛାଡି ଖସି ପଳାଇ ଯାଇଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଲକ୍‌ଡାଉନ୍ ପରିପ୍ରେକ୍ଷୀରେ ପୁଲିସ୍ ଅଧିକ ବ୍ୟସ୍ତ ରହୁଥିବା ସୁଯୋଗରେ ସେମାନେ ପୁଣି ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି ଅଧିକ ସକ୍ରିୟ ହୋଇପଡିଛନ୍ତି । ଏହା ଏବେ ସଂପୃକ୍ତ ଅଂଚଳର ପୁଲିସ୍‌ଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ହୋଇଥିବାର ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.