Home ଜିଲ୍ଲା ପରିକ୍ରମା ରୋଭର୍ସ କ୍ଳବ ପକ୍ଷରୁ ସମାଜସେବୀ କାଳନ୍ଦୀ ନଦୀଙ୍କ ଶ୍ରାଦ୍ଧ ସଭା

ରୋଭର୍ସ କ୍ଳବ ପକ୍ଷରୁ ସମାଜସେବୀ କାଳନ୍ଦୀ ନଦୀଙ୍କ ଶ୍ରାଦ୍ଧ ସଭା

87

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ସ୍ଥିତ ରୋଭର୍ସ କ୍ଳବ ଠାରେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ କାଳନ୍ଦୀ ନନ୍ଦୀଙ୍କ ବିୟୋଗ ଜନିତ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ସରାକରଙ୍କ କୋବିଡ଼ ନିୟମକୁ ଆଖି ଆଗରେ ରଖି ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ସାମାଜିକ ଦୂରତା ରକ୍ଷା ପୂର୍ବକ ଅନୁଷ୍ଠିତ ଏହି ଶୋକସଭାରେ ଅବଦୁଲ କାସିମ ଖାଁ ପୌରୋହିତ୍ୟ କରିଥିଲେ । ପରେ ନିରବ ପ୍ରାର୍ଥନା କରାଯାଇ ଦିବଂଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସ୍ୱର୍ଗତ ନନ୍ଦୀ ପୁରୁଣାବଜାର ଅଞ୍ଚଳର ବିଶିଷ୍ଟ ସମାଜ ସୁଧାରକ ଭାବେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରି ସବୁବର୍ଗର ଲୋକମାନଙ୍କ ମଧ୍ୟରେ ବେଶ୍ ସୁନାମ ଅର୍ଜନ କରିବା ସହିତ ଲୋକପ୍ରିୟ ହୋଇଥିଲେ । ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପରମାନନ୍ଦ ଦାସ ଶେଖ ଅନୱର ହୋସେନ, ସୁଧାକର ରାଉତ, ଲଲାଟେନ୍ଦୁ ମହାନ୍ତି, ଡ. ବାଇଧର ସାହୁ, ଇଂ ମନୱାର ହୋସେନ ଖାଁ, ମୁସ୍ତାକ ଗୌହର, ହରିପ୍ରସାଦ ନନ୍ଦୀ, ଅବୁ ହୋସେନ ଖାଁ, ଲାଲା ଅଲ୍ଲୀ, ମୀର୍ଜା ଏଜାଜ ବେଗ, ମୀର ସମୀର, ଶେଖ ଦିଲାବର ପ୍ରମୁଖ ସ୍ମୃତି ଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.