Home ଜିଲ୍ଲା ପରିକ୍ରମା ରେଳ ଚଳାଚଳରେ ଅହେତୁକ ବିଳମ୍ବକୁ ବିରୋଧ, କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ )ର...

ରେଳ ଚଳାଚଳରେ ଅହେତୁକ ବିଳମ୍ବକୁ ବିରୋଧ, କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ )ର ସ୍ମାରକ ପତ୍ର ପ୍ରଦାନ

7

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ )ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଭଦ୍ରକ ରେଳବାଇ ଷ୍ଟେସନ ମ୍ୟାନେଜେରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ରେଳ ଚଳାଚଳରେ ଅହେତୁକ ବିଳମ୍ବ, ଏକ୍ସପ୍ରେସ ଟ୍ରେନ ଗୁଡିକରେ କୋଚ ସଂଖ୍ୟା ବିଶେଷ୍ କରି ଜେନେରାଲ ବଗି ସଂଖ୍ୟା ବୃଦ୍ଧି, ଟ୍ରେନ ଗୁଡିକରେ ପାଣି ଓ ପିଇବା ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା, ଟଏଲେଟ ଓ ବଗି ଗୁଡିକୁ ସଫା ରଖିବା, ବରିଷ୍ଠ ନାଗରିକ ମାନଙ୍କ ପାଇଁ ପୁନଃ ଟିକେଟ ରିହାତି ପ୍ରଦାନ କରିବା, ନୂଆ ରେଲୱେ ଟ୍ରାକ ତିଆରି କରିବା, ଭାରତୀୟ ରେଳ ବିଭାଗର ଘରୋଇକରଣ ବନ୍ଦ କରିବା, ଭଦ୍ରକ ଷ୍ଟେସନ ଦେଇ ଯାତାୟାତ କରୁଥିବା ଲୋକାଲ ଟ୍ରେନ ଗୁଡିକୁ ବିଳମ୍ବ ନକରାଇ ଠିକ ସମୟରେ ଚଲେଇବା ଓ ଏହି ଲୋକାଲ ଟ୍ରେନ ଗୁଡିକର ଶୌଚାଳୟ ଓ ଡବା ଗୁଡିକୁ ସଫା ରଖିବା ଆଦି ଦାବିରେ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରତିନିଧି ଦଳରେ ରମେଶ ନାୟକ, ରାମଚନ୍ଦ୍ର ଶଙ୍ଖୁଆ, ପର୍ଶୁରାମ ଲେଙ୍କା, ମଦନ ମହାକୁଡ଼, ନଳିନୀ ସାମଲ,ଅମର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.