Home ଓଡ଼ିଶା ରେଳବାଇ ଜେଇଙ୍କୁ ମାଡ଼ପିଟ ଅଭିଯୋଗ

ରେଳବାଇ ଜେଇଙ୍କୁ ମାଡ଼ପିଟ ଅଭିଯୋଗ

125

ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରେଳବାଇ ଜେଇଙ୍କୁ ଜଣେ ଠିକାଦାର ମାଡ଼ ମାରିଥିବା ରେଳବାଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।। ରାଉରକେଲା ରେଲୱେ ଷ୍ଟେସନ ପ୍ଲାଟଫର୍ମ ନଂ-୧ରେ ଘଟିଛି ଏଭଳି ଘଟଣା। ରେଳ ଷ୍ଟେସନରେ ରେଳବାଇ ପକ୍ଷରୁ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ଚାଲିଛି। ରେଳବାଇ ଜେଇ ରବିରଂଜନ ଭାରତୀ ଗତକାଲି ସଂଧ୍ୟା ପ୍ରାୟ ୬ଟା ବେଳେ ୧ ନମ୍ବର ପ୍ଲାଟଫର୍ମରେ ବୁଲାବୁଲି କରୁଥିଲେ। ସ୍ଥାନୀୟ ଗୋପବନ୍ଧୁପାଲୀରେ ରହୁଥିବା ଠିକାଦାର ବାସୁଦେବ ଦାସ ବି ଉପସ୍ଥିତ ଥିଲେ। ତେବେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ବାସୁଦେବ ଏଥିରେ ଉତ୍ୟକ୍ତ ହୋଇ ଜେଇ ଶ୍ରୀ ଭାରତୀଙ୍କୁ ଚାପୁଡ଼ା ଓ ମୁଥ ମାରିଥିଲେ। ମାଡ଼ପିଟ ଘଟଣାପରେ ଠିକାଦାର ସେ ଅଂଚଳରୁ ଚାଲି ଯାଇଥିଲେ। ପରେ ଜେଇ ରେଳବାଇ ଥାନାରେ ପହଂଚି ଠିକାଦାରଙ୍କ ବିରୋଧରେ ଏତଲା ଦେଇଥିଲେ। ପୁଲିସ ୩୪୧/୨୯୪/୩୫୩ ଧାରାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.