Home କୋରାପୁଟ ରେଜିଷ୍ଟ୍ରୀକରଣ ପ୍ରମାଣ ପତ୍ର ପାଇ ନ ଥିବା ବେସରକାରୀ ସ୍କୁଲରେ ଛାତ୍ରଛାତ୍ରୀ ପାଠପଢୁଥିଲେ ଅଭିଭାବକମାନେ ହିଁ...

ରେଜିଷ୍ଟ୍ରୀକରଣ ପ୍ରମାଣ ପତ୍ର ପାଇ ନ ଥିବା ବେସରକାରୀ ସ୍କୁଲରେ ଛାତ୍ରଛାତ୍ରୀ ପାଠପଢୁଥିଲେ ଅଭିଭାବକମାନେ ହିଁ ଉତରଦାୟୀ ରହିବେ-ଜିଲ୍ଲା ଶିକ୍ଷା ଅଧିକାରୀ

103

କୋରାପୁଟ ;ତା୨୨-୦୬-୧୯(ଓଡିଆପୁଅ /ରଂଜନ କୁମାର ଦାସ) ରେଜିଷ୍ଟ୍ରୀକରଣ ପ୍ରମାଣ ପତ୍ର(ସିଓଆର) ପାଇ ନ ଥିବା ବେସରକାରୀ ସ୍କୁଲରେ ଛାତ୍ରଛାତ୍ରୀ ପାଠପଢୁଥିଲେ ଅଭିଭାବକମାନେ ହିଁ ଉତରଦାୟୀ ରହିବେ ଓ ଶିକ୍ଷା ବିଭାଗ ନୁହେଁ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଆମ ଜିଲ୍ଲା ପ୍ରତିନିଧି ସ୍ୱତନ୍ତ୍ର ସାକ୍ଷାତକାର ନେଲା ବେଳେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାରେ ୧୦୮ଟି ବେସରକାରୀ ସ୍କୁଲ ରହିଥିବା ବେଳେ ୫୮ ଟି ସ୍କୁଲ ରେଜିଷ୍ଟ୍ରୀକରଣ ପ୍ରମାଣ ପତ୍ର( ସିଓଆର) ପାଇଥିବା ସେ ସୂଚନ ଦେଇଥିଲେ ।ବାକି ୫୦ ଟି ସ୍କୁଲ କାହିଁକି ଆବେଦନ ଓ ହାସଲ କରିନାହାନ୍ତି ଯାହା କି ଶିକ୍ଷା ଅଧିକାର ଆଇନ କୁ ଉଲ୍ଲଘଂନ କରୁଛି ସେ ସଂପର୍କରେ ଉକ୍ତ ସ୍କୁଲଗୁଡିକୁ ନୋଟିସ ଜାରି କରାଯିବ ବୋଲି ସେ ପ୍ରକାଶ କରିଥିଲେ ।ଏ ବାବଦରେ ଖବରକାଗଜରେ ବିଜ୍ଞାପନ ଦିଆଯାଇ ଅଭିଭାବକମାନଙ୍କୁ ପଞିକୃତ ହୋଇଥିବା ବେସରକାରୀ ସ୍କୁଲରେ ପାଠ ପଢେଇବାକୁ ନିବେଦନ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.