Home ଓଡ଼ିଶା ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସରେ ୬୨୪୭.୫ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବିର ନିବେଶକ ସଂସ୍ଥା ମୁବାଦଲା...

ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସରେ ୬୨୪୭.୫ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବିର ନିବେଶକ ସଂସ୍ଥା ମୁବାଦଲା – ଏହି ନିବେଶ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଖୁଚୁରା କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ

79

ମୁମ୍ବାଇ ୧-୧୦ (ଓଡ଼ିଆ ପୁଅ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଲିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଆବୁଧାବିର ନିବେଶକ ସଂସ୍ଥା ମୁବାଦଲା ଇନଭେଷ୍ଟମେଂଟ୍ କଂପାନି (ମୁବାଦଲା) ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ୬୨୪୭.୫ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଆର୍‌ଆର୍‌ଭିଏଲ୍‌ର ପ୍ରି-ମନି ଇକ୍ୱିଟି ମୂଲ୍ୟକୁ ୪.୨୮୫ ଲକ୍ଷ କୋଟି ଟଙ୍କା ଭାବେ ଆକଳନ କରି ଏହି ନିବେଶ କରାଯାଇଥିବା ଜଣାପଡିଛି। ମୁବାଦଲାର ନିବେଶ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ର ପୂର୍ଣ୍ଣ ବିଘଟିତ ୧-୪୦ ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ।

ଚଳିତ ଆର୍ଥିକ ବର୍ଷର ପ୍ରାରମ୍ଭରେ ଜିଓ ପ୍ଲାଟର୍ମର୍ସ୍‌ରେ ୧.୨ ବିଲିଅନ ଆମେରିକୀୟ ଡଲାର ନିବେଶ କରିବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅନ୍ୟତମ ସହଯୋଗୀ ସଂସ୍ଥାରେ ଏହା ହେଉଛି ମୁବାଦଲାର ଦ୍ୱିତୀୟ ପୁଞ୍ଜିନିବେଶ।

ରିଲାଏନ୍ସ ରିଟେଲ୍ ଲିମଟେଡ୍ ହେଉଛି ଆର୍‌ଆର୍‌ଭିଏଲ୍‌ର ଏକ ସହଯୋଗୀ ସଂସ୍ଥା ଯାହାର ସାରା ଭାରତରେ ୧୨, ୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ ରହିଛି ଏବଂ ସେହି ସବୁ ଷ୍ଟୋର୍‌ରେ ୬୪ କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି। ଭାରତୀୟ ସମାଜକୁ ଲାଭ ପହଂଚାଇବା ଲାଗି ଏହା ଲକ୍ଷ ଲକ୍ଷ ଚାଷୀ, ଏମ୍‌ଏସ୍‌ଏମ୍‌ଇକୁ ସଶକ୍ତ କରୁଥିବା ବେଳେ ଅନେକ ସ୍ଥାନୀୟ ଓ ବିଶ୍ୱସ୍ତରୀୟ ସଂସ୍ଥା ସହ ଯୋଡ଼ି ହୋଇଛି ଏବଂ ନିୟୁତାଧିକ ଭାରତୀୟଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଏବଂ ସୁରକ୍ଷା ପ୍ରଦାନ କରୁଛି।

ରିଲାଏନ୍ସ ରିଟେଲ୍ ଏହାର ନୂଆ କମର୍ସ ରଣନୀତିରେ ଅଣସଂଗଠିତ କ୍ଷେତ୍ରର ବ୍ୟବସାୟୀମାନଙ୍କୁ ଏହା ଡିଜିଟାଇଜ୍ କରୁଥିବା ବେଳେ ଖୁବ୍‌ଶୀଘ୍ର ୨୦ ନିୟୁତରୁ ଅଧିକ ବ୍ୟବସାୟୀଙ୍କ ପାଖରେ ପହଂଚିବାକୁ ଲକ୍ଷ୍ୟ ରଖିଛି, ଯାହା ଦ୍ୱାରା ସେମାନେ ପ୍ରଯୁକ୍ତି ଓ ଦକ୍ଷ ଯୋଗାଣ ଶୃଙ୍ଖଳର ଲାଭ ପାଇପାରିବା ସହ ନିଜର ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିପାରିବେ।

ଶ୍ରୀଯୁକ୍ତ ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସର ମୂଲ୍ୟବାନ ନିବେଶକ ଭାବେ ମୁବାଦଲାକୁ ଆମନ୍ତ୍ରଣ କରି ମୁଁ ବେଶ୍ ଆନନ୍ଦିତ। ଜ୍ଞାନ ଓ ଅଭିଜ୍ଞତାରେ ପରିପୂର୍ଣ୍ଣ ସଂସ୍ଥା ମୁବାଦଲା ସହ ସହଭାଗିତାକୁ ଆମେ ଗୁରୁତ୍ୱ ଦେବା ସହ ପ୍ରଯୁକ୍ତିର ଶକ୍ତି ଜରିଆରେ ନିୟୁତାଧିକ କ୍ଷୁଦ୍ର ରିଟେଲର୍‌, ବ୍ୟବସାୟୀ ଏବଂ ଛୋଟବଡ ଦୋକାନୀମାନଙ୍କୁ ନେଇ ଭାରତୀୟ ରିଟେଲ୍ କ୍ଷେତ୍ରର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ଆମେ ଯେଉଁ ଲକ୍ଷ୍ୟ ରଖିଛୁ ତାହା ପ୍ରତି ସେମାନଙ୍କ ଦୃଢ ବିଶ୍ୱାସକୁ ସ୍ୱୀକୃତି ପ୍ରଦାନ କରୁଛୁ। ଏହି ଯାତ୍ରାରେ ମୁବାଦଲାର ନିବେଶ ଏବଂ ମାର୍ଗଦର୍ଶନ ଅମୂଲ୍ୟ ସହାୟତା ହେବ। ’’

ଖାଲଦୋନ ଅଲ୍ ମୁବାରକ, ପରିଚାଳନା ନିର୍ଦେଶକ ଓ ଗ୍ରୁପ୍ ସିଇଓ, ମୁବାଦଲା ଇନଭେଷ୍ଟ୍‌ମେଂଟ୍ କଂପାନି କହିଛନ୍ତି ଯେ, “ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସରେ ଏହି ନିବେଶ ଜରିଆରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରି ଆମେ ବହୁତ ଖୁସିି। ଡିଜାଇଟେଜନ୍‌ର ଶକ୍ତି, ସାରା ଦେଶର ନିୟୁତାଧିକ କ୍ଷୁଦ୍ର ବ୍ୟବସାୟୀଙ୍କ ପାଖରେ ସୁଯୋଗ ଓ ବଜାର ପହଂଚାଇ ଭାରତର ଗ୍ରାହକ ଅର୍ଥନୀତିରେ ଅନ୍ତର୍ଭୁକ୍ତୀକରଣ ଭିତ୍ତିକ ପରିବର୍ତ୍ତନ ପାଇଁ ସେମାନେ ରଖିଥିବା ଲକ୍ଷ୍ୟ ଏବଂ କଂପାନିର ନିରନ୍ତର ବିକାଶରେ ସହାୟତା ପ୍ରଦାନ କରିବା ପାଇଁ ଆମେ ପ୍ରତିବଦ୍ଧ।’’

ଏହି ବୁଝାମଣା ଆବଶ୍ୟକ ନିୟାମକ ଓ ଅନ୍ୟାନ୍ୟ ମଂଜୁରୀ ଉପରେ ନିର୍ଭରଶୀଳ। ରିଲାଏନ୍ସ ରିଟେଲ୍ ପାଇଁ ମର୍ଗାନ ଷ୍ଟାନଲି ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିବା ବେଳେ ସିରିଲ୍ ଅମରଚାନ୍ଦ ମଙ୍ଗଲଦାସ ଓ ଡେଭିସ୍ ପୋଲ୍‌କ ଆଣ୍ଡ୍ ୱାର୍ଡୱେଲ୍ ଆଇନଗତ ପରାମର୍ଶ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.