ad
ଜିଲ୍ଲା ପରିକ୍ରମା

ରାୟଗଡା ସହରେ ମା ‘ଙ୍କ ଦୁର୍ଗାପୂଜା

ରାୟଗଡା ତା-୧୮/୧୦/୨୦୧୮(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ମା’ ଦୁର୍ଗାଙ୍କ ପୂଜା ପାଇଁ ଦଶହରା ଉପଲକ୍ଷେ ରାୟଗଡ ସହର ଚଳଚଞ୍ଚଳ ହୋଇ ଉଠିଛି। ସୋମବାର ଠାରୁ ରାୟଗଡ ସହରର ବିଭିନ୍ନ ସ୍ଥାନରେ ଯଥା ପୋଲିସ ବିଭାଗ ତରଫରୁ ପୋଲିସ କଲୋନୀ ଠାରେ, ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟୁତ କାର୍ଯ୍ୟାଳୟ ଠାରେ  ଇନ୍ଦିରା ନଗର ଦୁର୍ଗା ପୂଜା କମିଟି, ଷ୍ଟେଟବ୍ୟାଙ୍କ ଛକଠାରେ ନଗର ପୂଜା କମିଟି,ରାଣୀଗୁଡା ପୂଜାକମିଟି ତରଫରୁ ଜ୍ୟେତିମହଲ ଛକଠାରେ ପୂଜା ଅନୁଷ୍ଠିତ ହେଉଛି ଏବଂ ସହରର ସବୁଠାରୁ ପୁରୁଣା ପୂଜା କମିଟି ସ୍ବେଛାସେବୀ ଯୁବକ ସଙ୍ଘ ବ୍ରାହ୍ମଣ ସାହିି ତରଫରୁ  ସାହି ପୂଜା ମଣ୍ଡପରେ ୫୭ ତମ ମା’ ଦୁର୍ଗାଙ୍କର ମୃଣ୍ମୟ  ମୂର୍ତ୍ତି ପୂଜା ପାଉଛନ୍ତି।

ମା’ ଙ୍କ ପୂଜା ବା ଦଶହରା ଅବସରରେ ପ୍ରତି ବର୍ଷଭୋଳି ଚଳିତ ବର୍ଷ ମଧ୍ୟ ରାବଣ ପୋଡି କାର୍ଯ୍ୟକ୍ରମ ବ୍ରାହ୍ମଣ ସାହି ରାବଣ ପୋଡି ପଡିଆଠାରେ ଅନୁଷ୍ଠିତ ହେବାକୁ କମିଟି ତରଫରୁ ସ୍ଥିର ହୋଇଥିବା ବେଳେ ରାବଣ ନିର୍ମାଣ କାର୍ଯ୍ୟ ଜୋରସରରେ ସ୍ଥାନୀୟ କରିଗରୀଙ୍କ ଦ୍ଵାରା ଚାଲୁରହିଛି। କମିଟିର ସୁରେଶ ପଣ୍ଡା,ନିରଞ୍ଜନ ବକ୍ସିପାତ୍ର,ଟୁକୁଲି ପାଢ଼ୀ, ସୁଧୀର ମିଶ୍ର,ମହେନ୍ଦ୍ର ରଥ,ଟୁନା ଦାଶ,ସୁନିଲ୍ ପଣ୍ଡା,ସତ୍ୟ ପାଢ଼ୀ, ପାପୁନି ନନ୍ଦ,ଟିଟୁ ରଥ, ଭାସ୍କର ପ୍ରଧାନୀ ବୁଲା ପାଢ଼ୀ, ଅଶୋକ ପଣ୍ଡା,ବାବୁନି ଦାସଙ୍କ ତତ୍ୱବାଧାନରେ ଚାଲିଛି।

ଏହି ରାବଣ ପୋଡି କାର୍ଯ୍ୟକ୍ରମକୁ ଦର୍ଶକଙ୍କ ସମାଗମହେବା ଆଶଙ୍କା କରାଯାଉଥିବା ବେଳେ ଦର୍ଶକଙ୍କ କୌଣସି ପ୍ରକାର ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେଥିପ୍ରତି କମିଟି ସଜାଗ ରହିଥିବା ସଭାପତି ବାପି ତ୍ରିପାଠୀ ପ୍ରକାଶ କରିଛନ୍ତି। ଏବଂ ସହରର ବିଭିର୍ଣ୍ଣ କମିଟି ଦ୍ୱାରା ପୂଜା ମଣ୍ଡପ ମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ସେହିଭଳି ରାୟଗଡ ସହରର ବିଭିର୍ଣ୍ଣ ପୀଠ ତଥା ମା ମଝିଘରିଆଣୀ ମନ୍ଦିର,ପାଇକସାହି ସ୍ଥିତ ମା ସମଲେଇ ଦୁର୍ଗା ମନ୍ଦିର, ମା ତାରିଣୀ ମନ୍ଦିର,ରାମକୃଷ୍ଣ ନଗରସ୍ଥିତ ଗ୍ରାମଦେବୀ ମନ୍ଦିର,ସତଭାଉଣୀ ମନ୍ଦିର ,ସଙ୍କେଶ ସ୍ଥିତ ସାଙ୍କେଶ୍ୱରୀ ମନ୍ଦିର ମେନ ରୋଡ଼ ସ୍ଥିତ ବୁରଦାପୋଲମା ମନ୍ଦିରଠାରେ ଆଲୋକ ଛାଉଣୀ ସହ ପୂଜାର୍ଚନା ଚାଲୁରହିଛି।

ବିଶେଷ କରି ତିତଲି ପ୍ରଭାରେ ରାୟଗଡ ସହର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିଦ୍ୟୁତ ସରବରାହ ବନ୍ଦ ରହିଥିବା ବେଳେ ଦଶହରାକୁ ଆଖିଆଗରେ ରଖିବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ନାରାୟଣ ନାୟକ  ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସେବା ଯୋଗାଇ ନିଜ ଦାୟିତ୍ୱ ସଠିକ ପରିଚାଳନା କରିଥିଲେ। ସ୍ବତନ୍ତ୍ର ଭାବେ ପୋଲିସ ପ୍ରଶାସନ ତରଫରୁ ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ୍ ସମସ୍ୟାକୁ ସୁଧାରିବା ପାଇଁ ଅବଶ୍ୟକଠାରୁ ଅଧିକ ପୋଲିସ୍ ମୁତୟନ କରିବା ସହିତ ପ୍ରତ୍ୟକ ପୂଜା ମଣ୍ଡପ ଠାରେ ପୋଲିସ୍ ମୁତୟନ କରାଯାଇଥିବା  ରାୟଗଡ ଥାନା ଅଧିକାରୀ କୃର୍ଷ୍ଣ ଚନ୍ଦ୍ର ଭତ୍ରା ପ୍ରକାଶ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top