ad
ଜିଲ୍ଲା ପରିକ୍ରମା

ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର କର୍ମଶାଳା

ରାୟଗଡା-୨୩/୨(ଓଡ଼ିଆ ପୁଅ/ ମନୁଶ୍ରୀ)ମହିଳା ମହାବିଦ୍ୟାଳୟ,ରାୟଗଡାର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସ୍ନାତକ ଶ୍ରେଣୀର ଶେଷ ବର୍ଷର ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ସହ ମହାବିଦ୍ୟାଳୟର ସଭାକକ୍ଷରେ “କବି ଗନ୍ତାୟତ ଶିବପ୍ରସାଦଙ୍କ ସୃଷ୍ଟି ସମ୍ଭାର : ଏକ ବିହଙ୍ଗାବଲୋକନ” ଶୀର୍ଷକ ବିଷୟବସ୍ତୁ ଆଧାରିତ କର୍ମଶାଳା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଷମା ଦାଶ ଏଥିରେ ସଭାପତିତ୍ୱ କରି ଗନ୍ତାୟତ ଶିବପ୍ରସାଦଙ୍କ ଭଳି ରାୟଗଡ ମାଟିର ଜଣେ ଯୋଗଜନ୍ମା ସାହିତ୍ୟ ସାଧକଙ୍କ ସୃଷ୍ଟି ସମ୍ଭାରକୁ ନେଇ କର୍ମଶାଳା ଆୟୋଜିତ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରି ସେ କିଭଳି ବହୁ ପାଠକାଦୃତ ଥିଲେ ବର୍ଣ୍ଣନା କରିଥିଲେ। କର୍ମଶାଳାର ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଓ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ବରେଣ୍ୟ ସ୍ରଷ୍ଟା ଓ ସୁବକ୍ତା ପ୍ରାଧ୍ୟାପକ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ନିଜ ଭାବ ବିହ୍ୱଳ ଅଭିଭାଷଣରେ କହିଥିଲେଯେ ଶିବ ପ୍ରସାଦ ନିଜ ଶାରୀରିକ କ୍ଳେଶ ଜନିତ ସକଳ ପ୍ରତିକୂଳତାକୁ ଲଙ୍ଘି କାଳଜୟୀ ସୃଜନରେ ନିଜ ସଂକ୍ଷିପ୍ତ ଆୟୁଷର ପ୍ରତିଟି ମୂହୁର୍ତ୍ତ ବିନିଯୋଗ କରିଯାଇଛନ୍ତି। ତେଣୁ ଆଜି ବି ଯଶୋଦେହେ ସେ ଆୟୁଷ୍ମାନ ଅଛନ୍ତି ବୋଲି ଡକ୍ଟର ମହାନ୍ତି ଉଲ୍ଲେଖ କରିଥିଲେ। ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ରଘୁନାଥ ଭୁଏଙ୍କ ପରିଚାଳନା ତଥା ବିଭାଗର ଅଧ୍ୟାପିକା ରୋଜାଲିନ୍ ରାଉତ ଓ ଅଧ୍ୟାପିକା ସ୍ନେହଲତା ସ୍ୱାଇଁଙ୍କ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଓଡ଼ିଆ ସମ୍ମାନର ଛାତ୍ରୀ ସାଇ ସନ୍ତୋଷିନୀ ଗନ୍ତାୟତ, ତନ୍ବୀ ଅଗ୍ରୱାଲ ଓ ପ୍ରିନ୍ସ୍ ସେଠୀ ପ୍ରମୁଖ ଗନ୍ତାୟତ ଶିବ ପ୍ରସାଦୀୟ ସୃଷ୍ଟି ସମ୍ଭାରର ବିଭିନ୍ନ ଦିଗକୁ ନେଇ ସ୍ୱରଚିତ ସନ୍ଦର୍ଭ ପାଠ କରିଥିବା ବେଳେ ଓଡିଆ ସମ୍ମାନ ପ୍ରଥମ ବର୍ଷର ଛାତ୍ରୀ ଅଞ୍ଜଳି ବିଡିକା ଅତିଥି ପରିତୟ ପ୍ରଦାନ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top