Home ଓଡ଼ିଶା ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ ପ୍ରତିବାଦରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ – ଦେଶରେ ଗଣତନ୍ତ୍ର...

ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ ପ୍ରତିବାଦରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ – ଦେଶରେ ଗଣତନ୍ତ୍ର ନାହିଁ

97

ଭୁବନେଶ୍ୱର ତା ୧-୧୦(ଓଡ଼ିଆ ପୁଅ)- ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆଜି ହାଥରସ୍ ଗଣଦୁଷ୍କର୍ମର ମୃତ ପୀଡ଼ିତାର ପରିବାରକୁ ଭେଟିବାକୁ ଯାଉଥିବା ବେଳେ ଉତର ପ୍ରଦେଶର ପୋଲିସ୍ ଯେଭଳି ଭାବରେ ଉଭୟ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଯେପରି ଭାବରେ ଆକ୍ରମଣ କଲେ ତାର ପ୍ରତିବାଦରେ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ସ୍ମୃତି ରଞ୍ଜନ ଲେଙ୍କା ଏବଂ ଛାତ୍ର କଂଗ୍ରେସ ନେତା ୟାସିର ନୱାଜଙ୍କ ମିଳିତ ନେତୃତ୍ୱରେ ମାଷ୍ଟର କ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ତାରାପ୍ରସାଦ ବାହିନୀ ପତି ଓ ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇଥିଲେ। ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ କର୍ମକର୍ତା ଓ କର୍ମୀମାନେ କଂଗ୍ରେସ ଭବନରୁ ଏକ ଶୋଭଯାତ୍ରାରେ ଯାଇ ମାଷ୍ଟରକ୍ୟାଂଟିନ ଠାରେ ରାସ୍ତାରୋକ କରିବା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତଳିକା ଦାହ କରିଥିଲେ।

ବିଜେପି ସରକାର ଉତର ପ୍ରଦେଶରେ ହିଟଲରୀ ଶାସନ ଚଳାଇଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ପୋଲିସ୍ ନିଜର ସୀମା ଉଲଙ୍ଘନ କରି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଯେଭଳି ଦୁଃବ୍ୟବହାର କରିଛନ୍ତି ତାହା ଦ୍ୱାରା ଦେଶରେ ଗଣତନ୍ତର ହତ୍ୟା ହୋଇଛି ଏବଂ ମୋଦି ତନ୍ତ୍ର ବା ହିଟଲରୀ ତନ୍ତ୍ର ଚାଲିଛି ବୋଲି ପ୍ରମାଣିତ। ଗଣ ଦୁଷ୍କର୍ମର ଅପରାଧୀଙ୍କୁ ଧରିବା ପାଇଁ ଏପର୍ଯ୍ୟନ୍ତ ଉତର ପ୍ରଦେଶ ପୋଲିସ ସକ୍ଷମ ହୋଇପାରିଲା ନାହିଁ। ମାତ୍ର ପୀଡ଼ିତାର ପରିବାରକୁ ଭେଟିବାକୁ ଯାଉଥିବା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ବଳପୂର୍ବକ ଅଟକାଇ ଦିଆଗଲା। ଦେଶରେ ଗଣତନ୍ତ୍ର ନାହିଁ। ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ମୋଦୀ ଓ ଯୋଗୀଙ୍କର ନାଜିବାଦିି ଶାସନକୁ ବିରୋଧ କରିବା ସହ ଯୋଗୀଙ୍କର ଇସ୍ତଫା ଦାବି କରୁଛି। ଅପରାଧିଙ୍କୁ ତୁରନ୍ତ ଗିରଫ କରାଯାଇ ଦଣ୍ଡିତ କରିବାକୁ ମଧ୍ୟ ଦାବି କରାଯାଉଛି। ଏହି କାର୍ଯ୍ୟକ୍ରମରେ ରାଜୀବ ପଟ୍ଟନାୟକ, ଅଜୟ ସାହୁ, ସ୍ୱାଗତ କର, ସଂକୁନା କହଁର, ଗୋପନ ମାର୍ଥା, ନଳିନୀକାନ୍ତ ନାୟକ, ବିରଂଚି ବାରିକ୍‌, ଜ୍ଞାନରଞ୍ଜନ ରାଉତ, ବିଶ୍ୱରଞ୍ଜନ ଦାସ, ଆଶୁତୋଷ ଲେଙ୍କା, ଅମ୍ରିତା ଦାସ, ମୁନି ଥାପ୍ପା, ସୁମିତ୍ରା ଜେନା, ବିପ୍ଳବ ପରିଡ଼ା, ସୌମ୍ୟ ମିଶ୍ର, ବାଦଲ ମହାନ୍ତି, ରିତୁଲ ମହାରଣା, ଅଖିଲେଶ ଯାଦବ, ଯୁବରାଜ ମହାନ୍ତି, ଅହମ୍ମଦ ଖାନ, ସୁରଜ ରାଉତ, ସାଗର ପଟ୍ଟନାୟକ, ରଞ୍ଜିତ ସେନାପତି, ଅଭିଳାଷ ସାମନ୍ତ ରାୟ, ସୁମନ୍ତ କୁମାର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.