Home Top News ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି, ମାଆ, ବାପା କୁନି ଝିଅକୁ କାନ୍ଧେଇ ୨କିମି ଚାଲି ଡାକ୍ତରଖାନାରେ...

ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି, ମାଆ, ବାପା କୁନି ଝିଅକୁ କାନ୍ଧେଇ ୨କିମି ଚାଲି ଡାକ୍ତରଖାନାରେ ପହଞ୍ଚାଇଲେ, ହେଲେ ବିଳମ୍ବ ଯୋଗୁଁ ଶିଶୁର ମୃତ୍ୟୁ

55

ରେଢାଖୋଲ,୧୨-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ, ଅସାବଧାନତା ଯୋଗୁଁ ଏହି କୁନି ଝିଅଟି ଏକ କୁଅରେ ପଡ଼ିଯାଇଥିଲା। ବହୁତ ଖୋଜାଖୋଜି ପରେ କୂଅରୁ ଉଦ୍ଧାର କରାଗଲା। ମେଡିକାଲ ନେବାପାଇଁ ତୁରନ୍ତ ଆମ୍ବୁଲାନ୍ସ ମଧ୍ୟ ଡକାଯାଇଥିଲା। ହେଲେ ଗାଁ କୁ ଯିବା ବାଟରେ ଏକ ନାଳ ପଡ଼ିଥାଏ, ଯାହାଫଳରେ ଆମ୍ବୁଲାନ୍ସଟି ଆଉ ଗାଁ କୁ ଯାଇ ନପାରି ଅଧା ରାସ୍ତାରେ ଅଟକି ଯାଇଥିଲା। ଶେଷରେ ବାଧ୍ୟ ହୋଇ ହତଭାଗା ବାପା ଝିଅକୁ ବଞ୍ଚାଇବା ପାଇଁ, ଝିଅକୁ କାନ୍ଧେଇ କାନ୍ଧେଇ ଦୁଇ କିମି ରାସ୍ତା ଚାଲି, ନାଳ ପାର‌ ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ହେଲେ ସେତେବେଳକୁ ସବୁ ସରିସାରିଥିଲା। ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ରେଢ଼ାଖୋଲ ଥାନା, ଘୁଷୁରାମାଲ ପଂଚାୟତ, କମଳାନାଳି ଗାଁର ସୁଦପଡାରେ। ଏହି ଗାଁ ର ଅର୍ଜୁନ ଦେହୁରୀ ଓ ବାସନ୍ତୀ ଦେହୁରୀଙ୍କ ୫ ବର୍ଷୀୟ ଝିଅ ମିତା ଦେହୁରୀ ଗତକାଲି ସନ୍ଧ୍ୟାରେ ଗାଁ ଦାଣ୍ଡରେ ସାଂଗ ସାଥୀ ସହ ଖେଳୁଥିବା ବେଳେ, ହଠାତ୍ ଅସାବଧାନତା ହେତୁ ଘଟିଯାଇଥିଲା ଏହି ଅଘଟଣ। ସନ୍ଦେହରେ କୁଅରେ ଖୋଜାଯାଇଥିଲା। ହେଲେ ଝିଅକୁ କୂଅରୁ ପାଇ ତୁରନ୍ତ ଉଦ୍ଧାର କରି, ରେଢ଼ାଖୋଲ ମେଡିକାଲକୁ ନେବାପାଇଁ ଆମ୍ବୁଲାନ୍ସ ଡକାଇଥିଲେ। ବିଧିର ବିଧାନ ହେଉ ଅବା ସରକାରୀ କଳର ଅବ୍ୟବସ୍ଥା। ୧୦୮ ଆମ୍ବୁଲାନ୍ସ ଆସିଲା ହେଲେ କମଳାନାଳି ଗାଁ କୁ ନାଳ ରାସ୍ତା ଥିବାରୁ ଯାଇ ପାରିଲାନି ଗାଡ଼ି। ଝିଅକୁ ବଞ୍ଚାଇବା ପାଇଁ ବିଚାର ବାପା ମା ଦୁହେଁ ୨କିମି ରାସ୍ତା ଚାଲି, ନାଳ ପାଣିରେ ପଶି ଆମ୍ବୁଲାନ୍ସ ଯାଏ ନେଇଥିଲେ। ହେଲେ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ :ଝିଅକୁ କାନ୍ଧେଇ ୨କିମି ରାସ୍ତା ଚାଲି ଚାଲି ଗଲା ବାପା, ହେଲେ ବଞ୍ଚାଇ ପାରିଲାନି କଣ ହେବ ସେତେବେଳକୁ ସବୁ ସରିସାରିଥିଲା। ଝିଅଟିର ପ୍ରାଣ ଚାଲିଯାଇଥିଲାତେବେ ଏନେଇ ଜାଣିବା ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି, ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି, ତେବେ ଏଠି ପ୍ରଶ୍ନ ଆଜି ପର୍ଯ୍ୟନ୍ତ ଏହି ଗାଁ କୁ ଯିବାକୁ ରାସ୍ତାଟିଏ ନାହିଁ କାହିଁକି?, ନାଳରେ ପୋଲ କାମ ସରିନି କାହିଁକି? ଆଜି ଯଦି ରାସ୍ତା କିମ୍ବା ପୋଲଟିଏ ଥାଆନ୍ତା ହୁଏତ କୁନି ଝିଅର ଜୀବନ ବଂଚି ଯାଇଥାନ୍ତା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.