Home ଅପରାଧ ରାସ୍ତା ଉନ୍ନତିକରଣ ନାମରେ ସୂଚନା ଫଳକ ଲଗାଇ ଲକ୍ଷାଧିକ ଟଙ୍କା ହରିଲୁଟ୍ ଅଭିଯୋଗ

ରାସ୍ତା ଉନ୍ନତିକରଣ ନାମରେ ସୂଚନା ଫଳକ ଲଗାଇ ଲକ୍ଷାଧିକ ଟଙ୍କା ହରିଲୁଟ୍ ଅଭିଯୋଗ

131

ହରିଚନ୍ଦନପୁର,ତା ୨୬ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜାମୁଯୋଡି ଗ୍ରାମ ପଞ୍ଚାୟତ ଆଟପୁର ଗ୍ରାମ ନିକଟସ୍ଥ ଘାଗିନାଳ ଠାରୁ ଗଦାଧରପୁର ରାସ୍ତା ଉନ୍ନତିକରଣ ନାମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଆର୍ଥିକ ବର୍ଷ ୨୦୧୯/୨୦ ୫ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯାଇଥିଲା । ସେହି ଅନୁଦାନରେ ରାତି ଅଧିଆ କେବଳ ସୂଚନା ଫଳକରେ ଲିପିବଦ୍ଧ କରି ୩ଲକ୍ଷ ଟଙ୍କା ହରିଲୁଟ୍ କରିନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖବର ଅନୁଯାୟୀ ଉକ୍ତ ରାସ୍ତା ଉପରେ ଗଦାଧରପୁର, ମେଦିନୀପୁର, ଆଟପୁର ଗ୍ରାମର ହଜାର ହଜାର ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି । ସାଧାରଣତଃ ବର୍ଷା ଦିନରେ ରାସ୍ତାର ବିଭିନ୍ନ ସ୍ଥାନରେ କାଦୁଅ ପଚପଚ୍ କରୁଥିବା ବେଳେ ଅନେକ ସ୍ଥାନରେ ଖାଲ ସୃଷ୍ଟି ହୋଇ ପାଣି ପୁରି ରହିଥାଏ । ଯାହା ଫଳରେ ନିର୍ଭର କରୁଥିବା ଲୋକମାନଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଥାଏ । ଏନେଇ ଗ୍ରାମର ଲୋକମାନେ ବାରମ୍ବାର ବିଡ଼ିଓଙ୍କ ପାଖରେ ଅଭିଯୋଗ କରିଆସୁଥିବା ନେଇ ରାସ୍ତାର ଉନ୍ନତିକରଣ ନିମନ୍ତେ ଅନୁଦାନ ରାଶି ପ୍ରଦାନ କରାଯାଇଥିଲା । ଅନୁଦାନ ରାଶି ପ୍ରଦାନ ପରେ ଶାସକ ଦଳର କେତେକ ନେତା ଓ ସରପଞ୍ଚ ସଲାସୁତୁରା ହୋଇ କିଛି କାମ ନକରି ରାତି ଅଧିଆ ଏକ ସୂଚନା ଫଳକ ଲଗାଇ ଅନୁଦାନରୁ ୩ଲକ୍ଷ ୫ହଜାର ଟଙ୍କା ଉଠାଇ ନେଇଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି । ତଥ୍ୟ ସଂଗ୍ରହ ପରେ ଘଟଣାକୁ ନେଇ ଗ୍ରାମର କେତେ ଜଣ ଯୁବକ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡ଼ିଓ ଦାୟିତ୍ଵରେ ଥିବା ଏବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗର ଅନେକଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ନେଇ ଜନସାଧାରଣରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି । ପ୍ରଶାସନର ନିରବତାକୁ ନେଇ ଗ୍ରାମର କେତେକ ଯୁବକ କିଛି ଗଣମାଧ୍ୟମ‌ ପ୍ରତିନିଧିଙ୍କୁ ଡାକି ଘଟଣାର ଆରଟିଆଇ ତଥ୍ୟ ସହ ସମସ୍ତ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସୂଚନା ଯେ ଘଟଣାସ୍ଥଳକୁ ଟେକ୍ନିକାଲ କର୍ମଚାରୀ ପଠାଇବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.