Home ଜିଲ୍ଲା ପରିକ୍ରମା ରାସ୍ତାରୁ ଗଛ କାଟି ସଫା କଲାବେଳେ ଆହତ ହେଲେ ଦମକଳ କର୍ମଚାରୀ

ରାସ୍ତାରୁ ଗଛ କାଟି ସଫା କଲାବେଳେ ଆହତ ହେଲେ ଦମକଳ କର୍ମଚାରୀ

17

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୋକଙ୍କ କଷ୍ଟ ଆଗରେ ମୋ କଷ୍ଟ କିଛି ନୁହଁ। ଲୋକଙ୍କ ସେବା କରି ଆମେ ଖୁସି। ଲୋକଙ୍କ ପାଇଁ ସେବା କରି ମୋ ହାତ କଟିଛି ଏ ଯନ୍ତ୍ରଣା ଲୋକଙ୍କ ଯନ୍ତଣା ଆଗରେ କିଛି ନୁହଁ। ଏମିତି କହିଛନ୍ତି ବାତ୍ୟା ଦାନା ରେ ନିୟୋଜିତ ଥିବା ଦମକଳ ବାହିନୀ ର ଜଣେ କାର୍ଯ୍ୟରତ କର୍ମଚାରୀ ଙ୍କ କଥା। ବାତ୍ୟା ପାଇଁ ନିୟୋଜିତ ଥିବା ଦମକଳ ବାହିନୀ ଆଜି ବନ୍ତ ବ୍ଲକ କେନ୍ଦୁଆପଦା ପଂଚାୟତ ର ଅଂଢିଆ ରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ଖବର ପାଇ ସଂଗେ ସଂଗେ ବାହାରିଲେ ଘଟଣା ସ୍ଥଳରେ ପହଂଚି ଗଛ କାଟି ସଫା କଲେ ଆଉ ସଫା କରିବା ସମୟରେ ଗଛ କାଟୁଥିବା ଧାରୁଆ ଅସ୍ତ୍ରରେ ହାତ ପାପୁଲି କଟିଗଲା। ତୁରନ୍ତ ସାଥି କର୍ମଚାରୀ ଭଦ୍ରକ ଜିଲ୍ଳା ଚିକିତ୍ସାଳକୁ ଆଣି ଚିକିତ୍ସା କରାଇଥିଲେ ଆଉ ଏବେ ସୁସ୍ଥ ଥିବା କହିଛନ୍ତି ସୁନ୍ଦରଗଡ଼ ରୁ ଭଦ୍ରକ ଆସିଥିବା ଦମକଳ ବାହିନୀ ର କର୍ମଚାରୀ ଗେଂଦ୍ରା ଓରାମ। ସୂଚନା ଅନୁଯାଇ ବାତ୍ୟା ଦାନା ପାଇ ସୁନ୍ଦରଗଡ଼ ରୁ ଦମକଳ ବାହିନୀ ଆସିଥିଲେ ଭଦ୍ରକ। ଆଉ ସେହି ଟିମ ରେ ଥିଲେ ଗେଂଦ୍ରା ଓରାମ, ବୟସ ୪୦,ବାତ୍ୟା ପରଠୁ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ କୁ ଗଛ ସଫା କରି ଲୋକଙ୍କ ଦୁଃଖ ଦୂର କରୁଥିବା ଗେଂଦ୍ରା ଙ୍କୁ ନିଜ ହାତ କାଟିବାର ଯନ୍ତ୍ରଣା କିଛି କଷ୍ଟ ଦେଇନି ବୋଲି କହିଛନ୍ତି। ଲୋକଙ୍କ ଦୁଃଖ ଆଗରେ ଏ ଦୁଃଖ ଯନ୍ତ୍ରଣା କିଛି ନୁହଁ ବୋଲି କହିଛନ୍ତି। ସେହିଭଳି ସାଥି କର୍ମଚାରୀ ମଧ୍ୟ କହିଛନ୍ତି ଲୋକଙ୍କ ପାଇଁ ଆମେ ସେବା କରିବା ପାଇଁ ଆସିଛୁ ଲୋକଙ୍କ ସେବା କରି ଆମେ ଖୁବ ଆନନ୍ଦିତ। ଏହି ଘଟଣାରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମେଡିକାଲରେ ପହଂଚି ଉତମ ଚିକିତ୍ସା ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ସତରେ ଦର୍ଶକ ବନ୍ଧୁ ଲୋକଙ୍କ ପାଇଁ ସେବା ଯୋଗାଇ ନିଜ ହାତ କଟିଯାଇଛି ସତ କିନ୍ତୁ ମନରେ ଟିକେ ହେଲେବି ଦୁଃଖ କି ମନରେ ଯନ୍ତ୍ରଣା ନାହିଁ । ଆପଣଙ୍କ ପରି କର୍ମଚାରୀ ଙ୍କୁ ସତ ସତ ସଲାମ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.