Home ଓଡ଼ିଶା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ଯବାନଙ୍କ ଶେଷ କୃତ୍ୟ ସଂପନ୍ନ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ଯବାନଙ୍କ ଶେଷ କୃତ୍ୟ ସଂପନ୍ନ

92

ଜଗତସିଂହପୁର, ୧୦/୯ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ):- ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଳକ ଅନ୍ତର୍ଗତ ଗଳଦାରୀ ଗ୍ରାମ ପଂଚାୟତ ଏରେଡା ଗ୍ରାମର ସୁଯୋଗ୍ୟ ସନ୍ତାନ ନିର୍ମଳ ଚନ୍ଦ୍ର ଦାସ ଭାରତୀୟ ପ୍ରାଦେଶିକ ସେନାରେ କାର୍ଯ୍ୟାରତ ଥିଲେ। ସେ କଲେଇକୁଣ୍ଡା ଏୟାରବେଶ ପଶ୍ଚିମବଙ୍ଗରେ କାର୍ଯ୍ୟରତ ଥିବା ସମୟରେ ୩ ମାସ ହେବ କର୍କଟ ରୋଗରେ ପିଡିତ ଥିଲେ। କର୍କଟ ରୋଗ ଜଣାପଡିବା ପରେ ସେ ପଶ୍ଚିମବଙ୍ଗର କମାଣ୍ଡାଂଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୭ ସେପ୍ଟେମ୍ବରରେ ୨୦୨୦ରେ ତାଙ୍କର ବିୟୋଗ ଘଟିଥିଲା। ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ବୁଧବାର ତାଙ୍କ ମର ଶରୀର ଜନ୍ମ ମାଟିରେ ପହଂଚିବା ପରେ ଗ୍ରାମବାସୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରାରେ ମର ଶରୀରକୁ ନିଜ ବାସ ଗୃହକୁ ନିଆଯାଇଥିଲା। ତାଙ୍କ ସହିତ ପ୍ରାଦେଶିକ ସେନା ପକ୍ଷରୁ ଆସିଥିବା ନାୟବ ସୁବେଦାର ନିହାର ରଂଜନ ରାଉତ, ନାୟକ ଶ୍ରୀଧର ରାଉତ, ସିପାହୀ ବିଶ୍ୱଜିତ କୁମାର, ସିପାହୀ ଡିକ୍ରାନ୍ତ ରାମ, ଏୟାର ଫୋର୍ସ ଏସିପ ଏସ କେ ନାୟକ ପ୍ରମୁଖ ମର ଶରୀରେ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ। ପରିବାର ଓ ଗ୍ରାମବାସି ମାନେ ତାଙ୍କର ଶେଷ ଦର୍ଶନ କରିବା ପରେ ମର ଶରୀରକୁ ଗାଁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ନିର୍ମଳ ଦାସ ଅମର ରହେ ଧ୍ୱନୀ ରେ ଗାଁ ମାଟି ପ୍ରକମ୍ପିତ ହୋଇ ଉଠିଥିଲା।ନିର୍ମଳଙ୍କ ପରିବାରରେ ଧର୍ମ ପତ୍ନୀଙ୍କ ସମେତ ଗୋଟିଏ ଝିଅ ଶୁଭ୍ରଜ୍ୟୋତି(୧୬), ୨ ପୁଅ ଶୁଭ୍ରାଂଶୁ (୧୩), ପ୍ରିୟାଂଶୁ(୧୦)ଅଛନ୍ତି। ଜବାନ୍ ନିର୍ମଳ ଚନ୍ଦ୍ରଙ୍କର ଗାଁ ଶ୍ମଶାନରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ କରାଯାଇଥିଲା। ତାଙ୍କର ଜ୍ୟେଷ୍ଠ ପୁତ୍ର ଶୁଭ୍ରାଂଶୁ ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.