ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଜିଲ୍ଲାପାଳ ଓ ପଂଚାୟତ ଉପରେ ବାଲି ଉତୋଳନ ତଥା ପରିବହନ ଦାୟିତ୍ୱ ଦେଇ ଏବେ ନିଶ୍ଚିନ୍ତ ହୋଇଛନ୍ତି। ଏପଟେ ପ୍ରଶାସନ ପକ୍ଷରୁ ମଧ୍ୟ ବେଆଇନ ବାଲି ପରିବହନ ରୋକିବାକୁ ଆଉ ସେଭଳି କୌଣସି ପଦକ୍ଷେପ ନିଆ ଯାଉନାହିଁ। ତେଣୁ ଏହାର ସୁଯୋଗ ନେଇ କିଛି ଦିନ ବ୍ୟବଧାନ ପରେ ପୁଣି ଭଣ୍ଡାରିପୋଖରୀ ବ୍ଲକ ଅଂଚଳ ଦେଇ ବେଆଇନ ବାଲି ପରିବହନ ହେଉଥିବା ଜଣାପଡ଼ିଛି। ସ୍ଥାନୀୟ ବୈତରଣୀ ନଦୀ ସହିତ ଶାଖା ୍ୱୁଢା ନଦୀରୁ ଏବେ ବାଲି ଉତୋଳନ ହୋଇ ଚାଲାଣ ହେଉଛି। ଦିନରେ ଯେତିକି ଗାଡ଼ି ଯାଉଛି ରାତିରେ ଚାରି ଗୁଣ ଗାଡ଼ି ବେଆଇନ ବାଲି ପରିବହନ କରୁଛି। ବ୍ଲକର ପାଳଦା ମଣୀନାଥପୁର,ଛତାବର, ବଳିଘାଇ,ଛତାବର ନିଳକ ଓ ବୈତରଣୀ ବାମ ପାର୍ଶ୍ୱ ବନ୍ଧ ଦେଇ ଦୈନିକ ରାତିରେ ଟ୍ରକ ଓ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଛି।ଗାଡି ଗୁଡିକ ଆଂଚଳିକ ରାସ୍ତାରେ ଆସି ରାଜପଥରେ ଯାଉଥିଲ ସୁଦ୍ଧା ପୋଲିସ, ତହସିଲ,ଓ ଖଣି ନଗମ ବିଭାଗ ପକ୍ଷରୁ ଏହା ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।ଅନ୍ୟ ପକ୍ଷରେ ବେଆଇନ ପରିବହନ ଲାଗି ଗାଡି ଗୁଡ଼ିକୁ ପରୋକ୍ଷରେ ପ୍ରୋତ୍ସାହନ ଯୋଗା ଯାଉଥିବା ଜଣାପଡିଛି।