Home ଜିଲ୍ଲା ପରିକ୍ରମା ରାଣୀତାଲ ସାହିତ୍ୟ ସଂସ୍କୃତି ପରଷଦ ପକ୍ଷରୁ ରକ୍ତଦାନ ଶିବିର, ୭୩ ୟୁନିଟ ରକ୍ତ ସଂଗ୍ରହ

ରାଣୀତାଲ ସାହିତ୍ୟ ସଂସ୍କୃତି ପରଷଦ ପକ୍ଷରୁ ରକ୍ତଦାନ ଶିବିର, ୭୩ ୟୁନିଟ ରକ୍ତ ସଂଗ୍ରହ

66

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ ମହାମାରୀ ସମୟରେ ରକ୍ତ ଭଣ୍ଡାରର ଆବଶ୍ୟକତା ଅନୁଭବ କରି ପରିଷଦର ସଦସ୍ୟ ତିଳୋତ୍ତମା ନାୟକ , ସମାଜ ସେବୀ ତଥା ପରିଷଦର ଉପଦେଷ୍ଟା ନିରଂଜନ ଲେଙ୍କା ଓ ସିମୁଳିଆର ବିଡିଓ ଡଃ ନରହରି ବେହେରାଙ୍କ ସ୍ମୃତିରେ ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ ଆଜି ରାଣୀତାଲସ୍ଥ ଶ୍ରୀ ଜଗନ୍ନାଥ ଆଇ.ଟି.ଆଇ ପରିସରରେ ରକ୍ତଦାନ ଶିବିର ଆୟୋଜନ କରିଥିଲା । ଶିବିରକୁ ଜଗଦଳପୁରର ପୂର୍ବତନ ସରପଂଚ ବିଜୟ କୁମାର ମହାପାତ୍ର ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ରକ୍ତଦାନ ଶିବିରର ସଂଯୋଜକ ଭାଗିରଥି ନାୟକ, ରାଣୀତାଲ ସାହିତ୍ୟ ସସ୍କୃତି ପରିଷଦର ସଭାପତି ବିମ୍ବାଧର ବେହେରା ,ସମାଜସେବୀ ମହେଶ୍ୱର ମହାପାତ୍ର, ଜଗନ୍ନାଥ ଚେତନା ସମିତିର ସଭ୍ୟ ପଦ୍ମୃଲୋଚନ ମହାପାତ୍ର ,ଶ୍ରୀ ଜଗନ୍ନାଥ ଆଇ.ଟି.ଆଇ ଅଧ୍ୟକ୍ଷ ଦୟାନିଧି ମିଶ୍ର, ଶିକ୍ଷାବିତ କୃଷ୍ଣଚନ୍ଦ୍ର ସେନାପତି,ସମାଜସେବୀ ଚକ୍ରଧର ମହାପାତ୍ର, ସ୍ତମ୍ବକାର ଦୁର୍ଯ୍ୟୋଧନ ମଲ୍ଲିକ, ନରାୟଣ ଚନ୍ଦ୍ର ପ୍ରଧାନ ,ନଗେନ୍ଦ୍ର ପାଣି,ସୁବ୍ରତ ମହାନ୍ତି, ୍‌ଯୋଗୀ ବିନୋଦ ବାରିକ,ସିନ୍ଧୁଲତା ସାମଲ,କେଦାର ନାଥ ମହାପାତ୍ର,ଗଣେଷ ପ୍ରସାଦ ଦାଶ, ଅନୀତା ମହାନ୍ତି ,ଉତ୍ତମ ଚୈାଧୁରୀ,ମହେଶ୍ୱର ନାୟକ,ସମ୍ବାଦିକ ଅଂଜନ କୁମାର ଲେଙ୍କା,ଅକ୍ଷୟ କୁମାର ଯେନା,ଭଗବାନ ବାରିକ,ଆନନ୍ଦ କୁମାର ବେହେରା ,ମାନସ ମିଶ୍ର,େସୈାରଭ ଗୁପ୍ତା,ବସନ୍ତ ମହାପାତ୍ର, ଆଇନଜୀବି କରୁଣାକର ଦାଶ,ଅଟଳ ବାରିକ, ବସନ୍ତ ମହାପାତ୍ର, ନୀଳକଣ୍ଠ ବାରିକ,ସଂଜୟ କୁମାର ନାୟକ,ସଂଜୀତ ଲେଙ୍କା ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଉଦ୍‌ଘାଟନ ପରେ ପରିଷଦର ଦିବଂଗତ ସଦସ୍ୟ ତିଳୋତ୍ତମା ନାୟକ, ନିରଞ୍ଜନ ଲେଙ୍କା ଓ ଡଃ ନରହରି ବେହେରାଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଡଃ ନରହରି ବେହେରାଙ୍କ ପାଇଁ ପରିଷଦର ଉପଦେଷ୍ଟା ତଥା କବି ସାଧୁଚରଣ ମହାପାତ୍ରଙ୍କ ଦ୍ୱାରା ପ୍ରେରିତ ଶୋକବାର୍ତ୍ତା ପାଠ କରାଯାଇଥିଲା । ଭଦ୍ରକ ରକ୍ତଭଣ୍ଡାରର ଡାକ୍ତର ଶରତ ଆଚାର୍ଯ୍ୟ ରକ୍ତଦାତାଙ୍କର ସ୍ୱାସ୍ୱ୍ୟ ପରୀକ୍ଷା କରିଥିବା ବେଳେ ରୂପକ ସେନାପତି, ରବିନ୍ଦ୍ର କୁମାର ଜେନା,ପ୍ରକାଶ ବେହେରା,ସାରଦା ମଲ୍ଲିକ,ବଳରାମ ପୁହାଣ ରକ୍ତ ସଂଗ୍ରହ କରିଥିଲେ । ଏଥିରେ ମୋଟ ୭୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର ସମ୍ପାଦକ ତପନ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.