Home ଓଡ଼ିଶା ରାଜ ଉଆସ ରୁ ଧୂଳିଦଣ୍ଡ ଯାଏଁ ଝୁଣାଧୂପ ର ମାହୋଲ

ରାଜ ଉଆସ ରୁ ଧୂଳିଦଣ୍ଡ ଯାଏଁ ଝୁଣାଧୂପ ର ମାହୋଲ

198

ନୟାଗଡ/୧୧/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଗଡଜାତ ର ରାଜା ମାନେ ଶୈବ ଭକ୍ତ ଭାବରେ ପରିଚିତ । ରାଜବଂଶାବଳୀ ରୁ ଜଣାଯାଏ ରଣପୁର ରାଜା ମାନେ ଗାଁ ଗାଁ ରେ ଶୈବ ମନ୍ଦିର ମାନ ନିର୍ମାଣ କରିଥିଲେ । ତେଣୁ ରଣପୁର ଅଂଚଳ ରେ ଥିବା ଶୈବପୀଠ ଗୁଡିକ ରାଜ ପ୍ରତିଷ୍ଠିତ । ସେହି ରାଜାମାନେ ୨୭ ଗୋଟି ଦଣ୍ଡ ନୃତ୍ୟ କୋଠୀ ନିର୍ମାଣ କରିଥିଲେ । ଏହି କୋଠୀ ଗୁଡିକ ରେ ପଣା ସଂକ୍ରାନ୍ତି ପୂର୍ବରୁ ଦଣ୍ଡପାଟ ବେତ କୁ ନେଇ ଭକ୍ତ ଓ ଭକ୍ତା ମାନେ ପାଣି ତୋଳିଥାନ୍ତି । ଚାରି ଦଣ୍ଡ ରେ ଝୁଣାଧୂପ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ପୋଡା ଯାଇଥାଏ । ଯାହାର ବାସ୍ନା ରେ ଗଗନ ପବନ ପ୍ରକମ୍ପିତ ହେବା ସହ ଝୁଣାଧୂପ ଧୂଆଁ ରେ ଜଳବାୟୁ କୁ ସୁୁସ୍ଥ ରଖାଯାଇଥାଏ । ଯେଉଁଭଳି ପ୍ରତେକ ହିନ୍ଦୁ ପରିବାର ର ପୁରପଲ୍ଲୀ ରେ ସଂଧ୍ୟା ରେ ଝୁଣାଧୂପ ଦିଆ ଯାଇଥାଏ । ତେଣୁ ଦଣ୍ଡ ଠାକୁର ଙ୍କ ଚୋରି ପାଣି ତୋଳା ପରେ ରାଜା ଗିରିଧାରୀ ନରେନ୍ଦ୍ର ଙ୍କ ପ୍ରତିଷ୍ଠିତ ଲତାର ବାଲୁଙ୍କେଶ୍ୱର ଦେବଙ୍କ ଠାରୁ ଆରମ୍ଭ କରି ରଣପୁରଗଡ ର ଚଣ୍ଡେଶ୍ୱରଦେବ ଓ ସ୍ୱୋପ୍ନେଶ୍ୱରଦେବ ପ୍ରଥମ ଶୁଭ ମନାସି ହକ ଡାକିବା ପାଇଁ ରାଜ ଉଆସକୁ ଆସିଥାନ୍ତି । ରାଜା ଦଣ୍ଡ ପାଟ ବେତ ଠାକୁର ଙ୍କୁ ଶାଢୀ ପ୍ରଦାନ କରିଥାନ୍ତି ।

ରାଜ ଉଆସ ରୁ ଶାଢୀ ପ୍ରାପ୍ତ ସମୟରୁ ଏହି ଝୁଣାଧୂପ ଯାତ୍ରା ଆରମ୍ଭ ହୋଇଥାଏ । ସଂଧ୍ୟାରେ କାମନା ମନ୍ଦିର କୁ ଯାଇ ଭକ୍ତା ମାନେ ପଣା ସେବନ କରିଥାନ୍ତି । ଦିନ ସାରା ନିଷ୍ଠା ଓ କାଷ୍ଠା ପରେ ସଂଧ୍ୟାରେ ପଣା ସେବନ ଭକ୍ତା ମାନଙ୍କୁ ପବିତ୍ରତା ଆଡକୁ ଟାଣି ନେଇଥାଏ । ରାତ୍ରୀ ରେ ବିଭିନ୍ନ ଗାଁ ଦ୍ୱାର ବୁଲି ବୁଲି ଶିବକଥାମୃତ ହଳି ନୃତ୍ୟ ସହ ଚଡେଇଆ ସୁଆଙ୍ଗ କରିବେଶଣ କରାଯାଇଥାଏ । ସେ ସମୟରେ ମଧ୍ୟ ଝୁଣାଧୂପ ମାଡ ରାତି ସାରା ଚାଲିଥାଏ । ଭୋର ସମୟରେ ସୂର୍ଯ୍ୟଙ୍କ କଅଁଳ କିରଣ ପଡିବା ପରେ ଭକ୍ତ ଭକ୍ତା ଓ ଶିବକଥାମୃତ ପରିବେଶଣ କରୁଥିବା ନୃତ୍ୟକାରୀ ମାନେ ରାତ୍ର ରେ ପରିଧାନ କରିଥିବା ପୋଷାକ ପରିଧାନ କରି ଶିବକଥାମୃତ ଗାୟନ ସହ ନୃତ୍ୟ କରି କରି କାମନା ମନ୍ଦିର କୁ ଫେରିଥାନ୍ତି । ସକାଳୁ ସକାଳୁ ଆକାଶ  ମଣ୍ଡଳ ପୋଡା ଝୁଣାଧୂପ ବାସ୍ନା ରେ ଧୂମାୟିତ ହୋଇ ସୁଗନ୍ଧ ଯୁକ୍ତ ହୋଇଥାଏ । ସତେ ଯେପରି ଗାଁ ଗଣ୍ଡା ରଣପୁର ଅଂଚଳ ଶୈବ ଭକ୍ତ ମାନଙ୍କର ଏକ ମାହୋଲ ସୃଷ୍ଟି କରିଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.