Home ଜିଲ୍ଲା ପରିକ୍ରମା ରାଜ୍ୟ ବି ଜେ ଡି ସମ୍ପାଦକ ଭାବେ ଅଜିତ କୁମାର ଯୋଶୀ ମନୋନୀତ

ରାଜ୍ୟ ବି ଜେ ଡି ସମ୍ପାଦକ ଭାବେ ଅଜିତ କୁମାର ଯୋଶୀ ମନୋନୀତ

69

ବଲାଙ୍ଗୀର ୨୫-୦୯ (ଓଡ଼ିଆ ପୁଅ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଯୁବନେତା ଅଜିତ କୁମାର ଯୋଷୀଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଭାବେ ମନୋନୀତ କରିଥିବାରୁ ତାଙ୍କ କାର୍ଯ୍ୟାଳୟଠାରେ ବଙ୍ଗୋମୁଣ୍ଡାରେ ଥିବା ସାହିତ୍ୟ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ସାହିତ୍ୟ କଳା ପରିଷଦର ସଭାପତି ଡଃ ନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ନିଗମାନନ୍ଦ ଦାସ, ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ନୀଳାଂଚଳ ଥନାପତି, ଘନଶ୍ୟାମ ମନହୀରା, ଭକ୍ତବନ୍ଧୁ ସାହୁ, ରାମଚନ୍ଦ୍ର ରଣା, ବିନେଶ କିଶାନ୍‌ ପ୍ରମୁଖ ଉପସ୍ଥିତ ରହି ଫୁଲତୋଡା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ଯୋଷୀ ପୂର୍ବରୁ ଜିଲ୍ଲା ଯୁବ ବିଜୁ ଜନତା ଦଳର ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରାଯାଇଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.