Home ଜିଲ୍ଲା ପରିକ୍ରମା ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ଟିଟିଲାଗଡ଼ ଗସ୍ତ

ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ଟିଟିଲାଗଡ଼ ଗସ୍ତ

64

ବଲାଙ୍ଗୀର, ୧୬-୦୯: (ଓଡ଼ିଆ ପୁଅ) ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବଲାଙ୍ଗିର ଜିଲ୍ଲା ଗସ୍ତରେ ଥିବାବେଳେ ମାନ୍ୟବର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁସାରକାନ୍ତି ବେହେରାଙ୍କ ସହିତ ଆଲୋଚନା କରି ଟିଟିଲଗଡ଼ ଆସିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। ତେବେ ସ୍ଥାନୀୟ ପୁର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ରେ ବିଭିନ୍ନ ବିଷୟରେ ଆଲୋଚନା କରିବା ପରେ ବେଡ୍‌ମିଷ୍ଟନ୍‌ଇନ୍‌ଡୋର୍‌ଷ୍ଟାଡିୟମ୍, ସ୍ୱିମିଂ ପୁଲ୍ ଓ ଅଭିମନ୍ୟୁ ମିନି ଷ୍ଟ।ଡିୟମ ପରିଦର୍ଶନ କରି ମିନି ଷ୍ଟାଡିୟମ୍ ଠାରେ ଏକ ଓପନ ଜିମ, ହାଇ ଜମ୍ପ, ଲଂଗ୍ ଜମ୍ପ୍, ବାସ୍କେଟ୍ ବଲ କୋଚ୍, କ୍ରିକେଟ୍ ଆଦି ଖେଳର ଉନ୍ନତି ପାଇଁ ଟିଟିଲାଗଡ ଉପଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଉକ୍ତ ଗସ୍ତ ସମୟରେ ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେସ ଉପାଧ୍ୟାୟ,, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଡେଈ, ବିଜୁ ଜନତା ଦଳ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରେମଚନ୍ଦ ଜୈନ, ଅରୁଣ ମିଶ୍ର, ଅରୁଣ ବାଗ ତଥା ଖେଳାଳୀ ମାନେ ଉପସ୍ଥିତ ଥିଲେ। ଟିଟିଲାଗଡ ବ୍ଳକ ଅଧକ୍ଷା ରାମାକାନ୍ତି ପୁଟେଲ ଓ ବିଜୁ ଜନତା ଦଳ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.