Home ଖେଳ ରାଜ୍ୟସ୍ତରୀୟ ପ୍ରଥମ ବିଷ୍ଣୁ ସେଠୀ ମେମୋରିଆଲ ଓପନ ଚେସ୍ ଚମ୍ପିୟାନସିପ୍ ଉଦ୍‌ଯାପିତ, ଗଜପତି ଜିଲାର ବୀରେନ୍ଦ୍ର...

ରାଜ୍ୟସ୍ତରୀୟ ପ୍ରଥମ ବିଷ୍ଣୁ ସେଠୀ ମେମୋରିଆଲ ଓପନ ଚେସ୍ ଚମ୍ପିୟାନସିପ୍ ଉଦ୍‌ଯାପିତ, ଗଜପତି ଜିଲାର ବୀରେନ୍ଦ୍ର ରାଇତା ଚମ୍ପିୟାନ

48

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସିଦ୍ଧାନ୍ତ ମହାପାତ୍ର ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ଓ ସମଗ୍ର ଭାରତ ବର୍ଷକୁ ଖ୍ୟାତି ଆଣିଦେଇଥିବାବେଳେ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍‌ରେ ଦୁଇଦିନ ଧରି ଆରମ୍ଭ ହୋଇ ଆଜି ଉଦ୍‌ଯାପିତ ହୋଇଥିବା ବିଷ୍ଣୁ ସେଠୀ ମେମୋରିଆଲ ଓପନ ଚେସ୍ ଚମ୍ପିୟାନସିପ୍‌ରେ ୧୪ଟି ଜିଲାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଛନ୍ତି। ଆଜିର ଏହି ସାନ୍ଧ୍ୟର ଉଦ୍‌ଯାପନୀ ଉତ୍ସବକୁ ଭଦ୍ରକ ଜିଲା ଚେସ୍ ଆସୋସିଏସନ୍‌ର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର ସଂଯୋଜନା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଏସ୍‌ବିଡି ସ୍କୁଲର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ଦୀକ୍ଷିତ ଯୋଗଦେଇ ଏହି ଖେଳ ରାଜା ମହାରାଜାଙ୍କ ଅମଳରୁ ଚାଲିଆସିଥିବାବେଳେ ରାଜକୀୟ କ୍ରୀଡାର ଯେଉଁ ସମ୍ମାନ ପାଇଛି, ତାହାକୁ ବଜାୟ ରଖିବା ଦିଗରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୁଦ୍ଧ କରିବା ଉଚିତ୍ ବୋଲି ନିଜ ବକ୍ତବ୍ୟରେ କହିଥିଲେ।

ଏବଂ ଭଦ୍ରକ ଭଳି ଏକ ଜିଲାରେ ଜିଲା ଆସୋସିଏସନ୍ ଯେଉଁଭଳି ଶୃଙ୍ଖଳିତ ଭାବେ ଏଭଳି କ୍ରୀଡାର ଆୟୋଜନ କରିପାରିଛି, ତାହାର ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଅଶୋକ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ଚେସ୍ ଆସୋସିଏସନ୍‌ର ସଂପାଦକ ଦେବବ୍ରତ ଭଟ୍ଟ, ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସମାଜସେବୀ ହେମନ୍ତ ପାଢୀ ପ୍ରମୁଖ ଯୋଗଦେଇ ଏହି ଖେଳର ବିଶେଷତ୍ୱ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରାରମ୍ଭରେ ଆନ୍ତର୍ଜାତୀୟ ସ୍ତରୀୟ ଚେସ୍ ଖେଳାଳି ସିଦ୍ଧାନ୍ତ ମହାପାତ୍ରଙ୍କୁ ଅତିଥିମାନେ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିଥିବାବେଳେ ଦ୍ୱିଦିବସୀୟ କ୍ରୀଡାର ସମସ୍ତ ଖେଳାଳିଙ୍କ ସମେତ ଚମ୍ପିୟାନ ହୋଇଥିବା ଗଜପତି ଜିଲାର ବୀରେନ୍ଦ୍ର ରାଇତା, ରନର୍ସ ଅପ୍ ହୋଇଥିବା ବାଲେଶ୍ୱରର ଅଶୋକ କୁମାର ଯାଜୁ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପାଢୀ କମଲ ଲୋଚନଙ୍କ ସମେତ କୃତୀ ସବୁ ବର୍ଗର କ୍ରୀଡାବିତ୍‌ଙ୍କୁ ଟ୍ରଫି, ମେଡାଲ ଓ ଅର୍ଥ ରାଶି ଦ୍ୱାରା ପୁରସ୍କୃତ କରାଯାଇଥିଲା। ସାଧାରଣ ସଂପାଦକ ଅଶୋକ ପରିଜା, କାର୍ଯ୍ୟକର୍ତ୍ତା ଭାଗୀରଥି ମହାକୁଡ, ସୁଜିତ୍ ପତି, ବିଶ୍ୱଜିତ୍ ଦାସ, ଲକ୍ଷ୍ମୀକାନ୍ତ ବାରିକ ଓ ରିଆଜ ଖାଁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ରାଜେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.