Home ଓଡ଼ିଶା ରାଜ୍ୟରେ ୧୭୦୯ ଜଣ ଯୋଗ୍ୟ ପୁଲିସ ପାଇବେ ‘’ ପୁଲିସ ଅନ୍ତ୍ରିକ୍ ସୁରକ୍ଷା’’ମେଡାଲ

ରାଜ୍ୟରେ ୧୭୦୯ ଜଣ ଯୋଗ୍ୟ ପୁଲିସ ପାଇବେ ‘’ ପୁଲିସ ଅନ୍ତ୍ରିକ୍ ସୁରକ୍ଷା’’ମେଡାଲ

69

ଭୁବନେଶ୍ୱର ୨୫ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟର ନକ୍ସଲ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଅଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟରେ ଦୁଇ ବର୍ଷରୁ ଅଧିକ ସମୟ କାର୍ଯ୍ୟ ସଂପାଦନ କରିଛନ୍ତି ସେମାନଙ୍କୁ ‘’ପୁଲିସ ଅନ୍ତ୍ରିକ୍ ସୁରକ୍ଷା’’ମେଡାଲ ପ୍ରଦାନ କରାଯିବ। ଗୃହମନ୍ତ୍ରଣାଳୟ ଦ୍ୱାରା ଏହି ସମ୍ମାନସୂଚକ ପଦକ ପାଇବା ପାଇଁ ରାଜ୍ୟରେ ୧୭୦୯ ଯୋଗ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଦାନ କରାଯିବାକୁ ଗତ କାଲି ଗୃହମନ୍ତ୍ରଣାଳୟ ଦ୍ୱାରା ଏକ କାର୍ଯ୍ୟାଳୟ ଆଦେଶ ମତେ ନିଷ୍ପତ୍ତି ଗ୍ରହଣ କରାଯାଇଛି। କେଂନ୍ଦ୍ର ଗୃହମନ୍ତ୍ରଣାଳୟ ନକ୍ସଲ ପ୍ରଭାବିତ ଅଞ୍ଚଳର ତାଲିକା ସମୟକୁ ସମୟ ପରିବର୍ତ୍ତନ କରୁଥିବା ହେତୁ ଏହି ପଦକ ପ୍ରଦାନର ଦାୟିତ୍ୱ ଓ କ୍ଷମତା ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଉପରେ ନ୍ୟସ୍ତ କରାଯାଇଛି। ୧୭୦୯ ଯୋଗ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଦା ନ କରାଯିବାକୁ ଥିବା ଏହି ମେଡାଲ ତାଲିକାରେ ୧୨ ଜଣ ଆଇ ପି ଏସ୍ ଅଧିକାରୀଙ୍କ ନାମ ମଧ୍ୟ ସ୍ଥାନିତ ହୋଇଛି।

ସୂଚନାଯୋଗ୍ୟଭାରତ ସରକାରଙ୍କ ଗୃହମନ୍ତ୍ରଣାଳୟର ପତ୍ର ସଂଖ୍ୟା ୧୧୦୨୬/୯/୯୮ – ପି-ଏମ୍-ଏ ତା ୩୧-୦୧-୨୦୦୧ ଏବଂ ପତ୍ର ସଂଖ୍ୟା ୧୧୦୨୪/୨/୨୦୧୦ – ପି-ଏମ୍-ଏ ତା ୯-୧୧-୨୦୧୨ ଅନୁସାରେ ଏକ ସ୍ୱତନ୍ତ୍ର ଝଙଚ ଆଧାରରେ “ପୋଲିସ ଅନ୍ତ୍ରିକ୍ ସୁରକ୍ଷା ସେବା” ପଦକ ଯୋଗ୍ୟ ପୋଲିସ ଅଧିକାରୀଙ୍କୁ ପ୍ରଦାନ କରାଯାଇଥାଏ। ଯେଉଁ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟରେ ଦୁଇ ବର୍ଷରୁ ଅଧିକ ସମୟ କାର୍ଯ୍ୟ ସଂପାଦନ କରିଛନ୍ତି ସେମାନେ ଗୃହମନ୍ତ୍ରଣାଳୟ ଦ୍ୱାରା ଏହି ସମ୍ମାନସୂଚକ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।

ଏବାବଦରେ ସବିଶେଷ ତାଲିକା ନିମ୍ନରେ ପ୍ରଦର୍ଶନ କରାଗଲା।

ପୋଲିସ ଜିଲ୍ଳା / ପ୍ରତିଷ୍ଠାନର ନାମ

ତା ୨୪-୦୯-୨୦୨୦ ରିଖରେ ପଦକ ପାଇଁ ଯୋଗ୍ୟ କର୍ମଚାରୀ / ଅଧିକାରୀଙ୍କ ସଂଖ୍ୟା କୋରାପୁଟ ଜିଲ୍ଲା୨୫୨, ମାଲକାନଗିରି ଜିଲ୍ଲା୨୪୮, ରାୟଗଡା ଜିଲ୍ଲା୨୭୫-ନବରଙ୍ଗପୁର ଜିଲ୍ଲା୧୯, କଳାହାଣ୍ତି ଜିଲ୍ଲା ୧୦୭, ଗଜପତି ଜିଲ୍ଲା୧୭୩ ଓ ଅନ୍ୟାନ୍ୟ ଜିଲ୍ଲା / ପ୍ରତିଷ୍ଠାନ ୪୪୪ ସମୁଦାୟ ୧୭୦୯

ଗତ ଦଶନ୍ଧିରେ ଓଡିଶା ପୋଲିସ ଦ୍ୱାରା ପୋଲିସ ଅନ୍ତ୍ରିକ୍ ସୁରକ୍ଷା ସେବା ପଦକ ନିମ୍ନ ସଂଖ୍ୟକ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି।

ଜନୁଆରୀ, ୨୦୧୩ – ୧୯୩ ଜଣ
ଜୁନ, ୨୦୧୭ – ୧୦୦୭ ଜଣ
ସେପ୍ଟେମ୍ୱର, ୨୦୧୭ – ୬୮ ଜଣ

(ତା ୨୩-୦୯-୨୦୨୦ ପର୍ଯ୍ୟନ୍ତ ସମୁଦାୟ ପଦକ ପାଇଥିବା ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ୧୫୦୦ରୁ କମ ଅଟେ)

ତା ୨୪-୦୯-୨୦୨୦ – ୧୭୦୯ ଜଣ

ଆଗକୁ ଏହି ପଦକ ପ୍ରଦାନ ପାଇଁ ଯୋଗ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ପଦକ ପ୍ରଦାନ କରିବା ପାଇଁ ଓଡିଶା ପୋଲିସ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.