Home ଓଡ଼ିଶା ରାଜ୍ୟରେ ପୁଣି ୮୬ କରୋନା ଆକ୍ରାନ୍ତ‌ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି...

ରାଜ୍ୟରେ ପୁଣି ୮୬ କରୋନା ଆକ୍ରାନ୍ତ‌ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି – ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କେତେ ଆକ୍ରାନ୍ତ

308

ଭୁବନେଶ୍ୱର ୨୨-୫ (ଓଡ଼ିଆ ପୁଅ) : ରାଜ୍ୟରେ ନୂଆ ୮୬ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ତେବେ ମୋଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ତେବେ ରାଜ୍ୟରେ ଏବେ ୭୮୯ ଜଣ ଚିକିତ୍ସାଧୀନ ଅଛନ୍ତି ୩୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭ଜଣଙ୍କ ମୃତ୍ୟୁ ହୋଇସାରିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ କାଲି ରାଜ୍ୟରେ ସକାଳେ ଆଉ ୫୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୦ ଜଣ ସୁସ୍ଥ ହୋଇଥିଲେ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୪୬, କଟକର ୧୧, ନୟାଗଡରୁ ୬ ଜଣ, ଗଂଜାମରୁ ୫ ଜଣ, ବାଲେଶ୍ୱରରୁ ୩, ଭଦ୍ରକରୁ, ୩ କେଉଁଝରରୁ ୩, ଖୋର୍ଦ୍ଧାରୁ ୩, ପୁରୀ ଜିଲ୍ଲାରୁ ୩, ବଲାଙ୍ଗୀରରୁ ୨ ଜଣ, ସୁନ୍ଦରଗଡରୁ ଜଣେ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୦ ଜଣ ପୂର୍ବରୁ କ୍ଵାରିଣ୍ଟିଂନ ସେଣ୍ଟରରେ ଥିବା ବେଳେ , ୫ ଜଣ ସ୍ଥାନୀୟ ଅଂଚଳର ଓ ଜଣେ କଣ୍ଟେନମେଣ୍ଟ ଜୋନର ବୋଲି ଜଣାପଡ଼ିଛି।

ଯାଜପୁର ଜିଲ୍ଳା – ୪୬ ନୂଆ ଆକ୍ରାନ୍ତଙ୍କ ସହିତ ଯାଜପୁର ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି।
କଟକ ଜିଲ୍ଲା – ଏହିରେ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୫୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

ନୟାଗଡ଼ ଜିଲ୍ଲା – ଏହି ଜିଲ୍ଲାରେ ଆଉ ୬ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୨୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ କେବଳ ଜଣେ ସୁସ୍ଥ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲା – ଏହି ଜିଲ୍ଲାରେ ପୁଣି ୫ ଜଣ ନୂଆ ଆକ୍ରାନ୍ତଙ୍କ ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨ ହୋଇଛି। ସେମାନଙ୍କ ମଧ୍ୟରୁ ୧୫୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୬୫ ଜଣ ଚିକିତ୍ସାଧୀନ ଅଛନ୍ତି। ଏଠାରେ ୩ ଜଣଙ୍କର ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲା – ଏହି ଜିଲ୍ଲାରେ ନୂଆ ୩ଜଣ ଆକ୍ରାନ୍ତଙ୍କ ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ରେ ପହଞ୍ଚିଥିବା ବେଳେ ୬୩ ଜଣ ସୁସ୍ଥ ହୋଇସାରିଲେଣି।

ଭଦ୍ରକ ଜିଲ୍ଲା – ଏହି ଜିଲ୍ଲାରେ ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୯୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇସାରିଛନ୍ତି।

କେନ୍ଦୁଝର ଜିଲ୍ଲା – ଏହି ଜିଲ୍ଲାରେ ନୂଆ ୩ ଆକ୍ରାନ୍ତଙ୍କ ସହିତ ମୋଟ ସଂଖ୍ୟା ୧୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ କେବଳ ୨ ଜଣ ସୁସ୍ଥ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲା – ଏହି ଜିଲ୍ଲାରେ ୩ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୭୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ପୁରୀ ଜିଲ୍ଲା – ଏହି ଜିଲ୍ଲାରେ ନୂଆ ୩ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୪୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ କେବଳ ୩ ଜଣ ସୁସ୍ଥ ହୋଇଛନ୍ତି।

ବଲାଙ୍ଗୀର ଜିଲ୍ଲା – ଏହି ଜିଲ୍ଲାରେ ୨ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା – ଏହି ଜିଲ୍ଲାରେ ଜଣେ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୨୮ ହୋଇଛି। ଏଠାରେ ୧୫ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.