Home Top News ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ମିଛୁଆ ରାଧୁଆର କାହାଣୀ କହୁଛନ୍ତି ମୁଖ୍ୟମନ୍ତ୍ରୀ:ଗୋଲକ ମହାପାତ୍ର

ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ମିଛୁଆ ରାଧୁଆର କାହାଣୀ କହୁଛନ୍ତି ମୁଖ୍ୟମନ୍ତ୍ରୀ:ଗୋଲକ ମହାପାତ୍ର

56

ସମାନ ପ୍ରକଳ୍ପ ଦୁଇଥର ଉଦ୍‌ଘାଟନ

– ଜଗନ୍ନାଥ ଧାମ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କେତେ ସତ କହୁଛନ୍ତି ?
– ଗ୍ରାମାଂଚଳରେ ୬୨ ଲକ୍ଷ ଓ ସହରାଂଚଳରେ ୮୦ଲକ୍ଷ ଲୋକ କେବେ ଟ୍ୟାପ ଯୋଗେ ବିଶୁଦ୍ଧ ପାଣି ପାଇବେ?
– ୨୦୧୯-୨୦ରେ ଗ୍ରାମୀଣ ଜଳ ପାଇଁ ୩୬୪.୭୪ କୋଟିରୁ ମାତ୍ର ୨୭୫.୨କୋଟି ଖର୍ଚ୍ଚ ହୋଇଛି
– ୨୦୨୦-୨୧ରେ ୮୧୨.୧୫ କୋଟିରୁ ମାତ୍ର ୬୦୯.୧୧କୋଟି ଖର୍ଚ୍ଚ କରିଛନ୍ତି ସରକାର
– ଚଳିତ ବର୍ଷ କେନ୍ଦ୍ର ସରକାର ଓଡିଶାକୁ ଜଳ ଜୀବନ ମିଶନରେ ୩୩୨୩କୋଟି ଟଙ୍କା ପ୍ରଦାନ କରିଛନ୍ତି
– ରାଜ୍ୟ ସରକାର ମିଛ ପ୍ରଚାର ନିଜର ପିଠି ଥାପୁଡାଇ ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ

ଭୁବନେଶ୍ୱର ୨୭/୦୭ (ଓଡ଼ିଆ ପୁଅ) : ଗତକାଲି ମୁଖ୍ୟମନ୍ତ୍ରୀ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପର ଉଦଘାଟନ କରି ପୁରୀବାସୀଙ୍କୁ ସ୍ୱଚ୍ଛ ପାଣି ଯୋଗାଇବେ ବୋଲି କହିଛନ୍ତି। ସମାନ ଢଙ୍ଗରେ ୧୩ ଅକ୍ଟୋବର ୨୦୨୦ରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ବିଜ୍ଞାପନ ଦେଇ ଲାଗୁ କରିଥିଲେ ବୋଲି କହିଥିଲେ। ସେହି ସମାନ ଯୋଜନାକୁ ପୁଣି ଗତକାଲି ଦୋହରାଇଲେ। ଦୁଇଟିଯାକ ବିଜ୍ଞାପନ ବିଭିନ୍ନ ଗଣମାଧ୍ୟମ ଓ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ସମେତ ବିଭିନ୍ନ ସୋସିଆଲ ମିଡିଆରେ ପ୍ରକାଶିତ ହୋଇଥିଲା। ୧୩ ଅକ୍ଟୋବର ୨୦୨୦ରେ ଉଲ୍ଲେଖ ଥିଲା ଟ୍ୟାପ୍‌ରେ ମିଳିବ ବିଶୁଦ୍ଧ ପାଣି ଆଜି ଗଣମାଧ୍ୟମରେ ବାହାରିଛି ପୁରୀବାସୀଙ୍କୁ ଟ୍ୟାପ୍ ଯୋଗେ ମିଳିବ ଶୁଦ୍ଧ ପାଣି। ତେବେ ସେଦିନ ରାଜ୍ୟସରକାର କେଉଁ ପାଣି ଦେଇଥିଲେ ଆଉ ଆଜି କେଉଁ ପାଣି ଦେଲେ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ୨୦୧୩ରେ କହିଥିଲେ ସାରା ବିଶ୍ୱରେ ଆମେ ଏକ ଆଜି ବି କହୁଛନ୍ତି ସାରା ବିଶ୍ୱରେ ଆମେ ଏକ। ଜଗନ୍ନାଥ ଧାମ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କେତେ ସତ କହୁଛନ୍ତି ? ଜଗନ୍ନାଥଙ୍କ ଦେଶରେ କେଉଁଭଳି ଭାବରେ ରାଜ୍ୟସରକାର ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ମିଛୁଆ ରାଧୁଆର କାହାଣୀ କହୁଛନ୍ତି ଏହା ହେଉଛି ତାର ଏକ ଉଦାହରଣ।

ଆଉ ଏକ ତଥ୍ୟ ରାଜ୍ୟ ସରକାର କହୁଛନ୍ତି ତାଙ୍କର ଆଉ ଏକ ୱେବସାଇଟର ନାମ ହେଉଛି ଓଦ୍ଭଗ୍ଧସଶକ୍ସବଗ୍ଧରୟ ଗ୍ଦଜ୍ଞବକ୍ସଗ୍ଧ ଙ୍ଗବଗ୍ଧରକ୍ସ ସଦ୍ଭଲକ୍ଟକ୍ସଜ୍ଞବଗ୍ଧସକ୍ଟଦ୍ଭ ଜ୍ଞବଦ୍ଭବଶରଜ୍ଞରଦ୍ଭଗ୍ଧ ଗ୍ଦଚ୍ଚଗ୍ଦଗ୍ଧରଜ୍ଞ। ୨୪ ଜୁଲାଇ ୨୦୨୧ ସୁଦ୍ଧା ରାଜ୍ୟର ସହରାଂଚଳରେ ୨୦ଲକ୍ଷ ୩୦ହଜାର ୭୮୫ ପରିବାରକୁ ପିଇବା ପାଣି ଯୋଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି। ଯଦି ୨୦୧୧ ଜନଗଣନାକୁ ଦେଖିବା ତେବେ ଓଡିଶାରେ ଅରବାନ ହାଉସ୍ ହୋଲ୍ଡ ହେଉଛି ୭୦ଲକ୍ଷ ୩ହଜାର ୬୫୬। ୨୦୧୩ରେ ରାଜ୍ୟ ସରକାର କହିଥିଲେ ସମସ୍ତଙ୍କ ଘରକୁ ପାଣି ଯୋଗାଇ ଦିଆଯିବ। ଏବେ ରାଜ୍ୟ ସରକାର କହୁଛନ୍ତି ୨୦୨୨ ସୁଦ୍ଧା ସମସ୍ତ ସହରର ସବୁ ଘରକୁ ପାଇପ୍ ଯୋଗେ ପାଣି ଦିଆଯିବ। ବାସ୍ତବରେ ୨୦୨୦ ସୁଦ୍ଧା ସମୁଦାୟ ୨୦ଲକ୍ଷ ଲୋକ ପାଣି ପାଇଛନ୍ତି ବାକି ଅଛନ୍ତି ୮୦ଲକ୍ଷ ଲୋକଙ୍କୁ ଟ୍ୟାପ ଯୋଗେ ପାଣି ରାଜ୍ୟ ସରକାର ଯୋଗାଇ ପାରି ନାହାଁନ୍ତି। ସେହପରିି ଭାବରେ ରୁରାଲ୍ ହାଉସ୍ ହୋଲ୍ଡ ହେଉଛନ୍ତି ୮୫ଲକ୍ଷ ୬୬ହଜାର ୫୧୩। ବର୍ତମାନ ସୁଦ୍ଧା ରାଜ୍ୟ ସରକାର ୨୨ଲକ୍ଷ ୯୪ହଜାର ୮୦୩ ପରିବାରକୁ ପାଣି ଯୋଗାଇଛନ୍ତି। ଅର୍ଥାତ୍ ଆହୁରି ୬୨ଲକ୍ଷ ଲୋକ ବାକି ଅଛନ୍ତି। କିପରି ୨୦୨୨ସୁଦ୍ଧା ରାଜ୍ୟ ସରକାର ସମସ୍ତଙ୍କୁ ପାଣି ଯୋଗାଇ ପାରିବେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ବଜେଟ୍ ରେ ଦରମା ଓ ପେନସନ ପାଇଁ ରାଜ୍ୟ ସରକାରଙ୍କୁ ପଇସା ଋଣ କରିବାକୁ ପଡୁଛି। ଆଉ ରାଜ୍ୟସରକାର କେନ୍ଦ୍ରୀୟ ଯୋଜାନାକୁ ନିଜସ୍ୱ ଯୋଜନା କହି ବାହା ବାହା ମାରୁଛନ୍ତି। କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ୍‌ରେ ଓଡିଶା ସରକାରଙ୍କୁ ୨୦୧୯-୨୦ରେ ୩୬୪.୭୪କୋଟି, ୨୦୨୦-୨୧ରେ ୮୧୨କୋଟି ଟଙ୍କାର ଅନୁଦାନ ମିଳିଥିଲା। ଚଳିତ ବର୍ଷ ଓଡିଶାକୁ ୩ହଜାର ୩୨୩କୋଟି ଟଙ୍କା ମିଳିଛି। ୨୨ ଜୁଲାଇ ୨୦୨୧ରେ ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରଶ୍ନରେ କେନ୍ଦ୍ର ସରକାର କହିଛନ୍ତି ଯେ, ୨୦୧୯-୨୦ରେ ଗ୍ରାମୀଣ ଜଳ ପାଇଁ ୩୬୪.୭୪ କୋଟିରୁ ମାତ୍ର ୨୭୫.୨କୋଟି ଖର୍ଚ୍ଚ ହୋଇଛି। ୨୦୨୦-୨୧ରେ ୮୧୨.୧୫ କୋଟିରୁ ମାତ୍ର ୬୦୯.୧୧କୋଟି ଖର୍ଚ୍ଚ ହୋଇଛି। ଟ୍ୟାପ ଯୋଗେ ଘରେ ଘରେ ବିଶୁଦ୍ଧ ପାଣି ଦେବା ପାଇଁ କେନ୍ଦ୍ର ସରକାର ବ୍ୟାପକ ଅର୍ଥ ଦେବା ପରେ ବି ମୁଖ୍ୟମନ୍ତ୍ରୀ ଏଠି ମିଥ୍ୟା କହି ଲୋକଙ୍କୁ ଭ୍ରମିତ କରି ଚାଲିଛନ୍ତି। ଚଳିତ ବର୍ଷ କେନ୍ଦ୍ର ସରକାର ଓଡିଶାକୁ ଜଳ ଜୀବନ ମିଶନରେ ୩୩୨୩କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗ୍ରାମାଂଚଳରେ ୬୨ ଲକ୍ଷ ଓ ସହରାଂଚଳରେ ୮୦ଲକ୍ଷ ଲୋକ କେବେ ଟ୍ୟାପ ଯୋଗେ ବିଶୁଦ୍ଧ ପାଣି ପାଇବେ ରାଜ୍ୟ ସରକାର ତାହାର ଜବାବ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାର ମିଛ ପ୍ରଚାର ନିଜର ପିଠି ଥାପୁଡାଇ ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ। ଜଳ ଭଳି ଏକ ଅତ୍ୟାବଶକୀୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ମିଥ୍ୟାକୁ ଓଡିଶାବାସୀ କେବେ ବି କ୍ଷମା ଦେବେ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଂଜିତ ଦାସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.