ad
ଓଡ଼ିଶା

ରାଜୁ ଦାସ ଜଣେ ସ୍ୱାର୍ଥପର ରାଜନେତା : ବିଜେପି

ବିଜେଡିରେ ସାମିଲ ହେବା ପରେ ରାଜକିଶୋର ବୟାନ ବାଜି କରିବା ପ୍ରସଙ୍ଗରେ

ଭୁବନେଶ୍ୱର, ୨୫/୦୩ (ଓଡ଼ିଆ ପୁଅ) : ରାଜକିଶୋର ଦାସ ଆଜି ବିଜେଡିରେ ସାମିଲ ହେବା ପରେ କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ବୟାନବାଜି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜୁ ଦାସ ଜଣେ ସ୍ୱାର୍ଥପର ରାଜନେତା। ରାଜକିଶୋରଙ୍କୁ ବିଜେପି ବିଗତ ୧୫ ବର୍ଷରେ ୩ ଥର ବିଧାନସଭା ଟିକେଟ୍ ଦେଇଛି। ୨୦୦୪ ମସିହାରେ ବାରିପଦା ଏବଂ ୨୦୦୯ ଓ ୨୦୧୪ ମସିହାରେ ମୋରଡାରୁ ଟିକେଟ ପାଇବା ସତ୍ୱେ ସେ ସମସ୍ତ ନିର୍ବାଚନରେ ପରାଜିତ ହୋଇଛନ୍ତି। ଦଳ ତାଙ୍କୁ ବିଭିନ୍ନ ପଦବୀ ଦେଇଛି। ଅଙ୍ଗୁର ଖାଇ ନପାରିଲେ ଖଟା ଲାଗିବା ଭଳି ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଆଜି ବିଜେଡିରେ ସାମିଲ ହେବା ପରେ ବୟାନ ବାଜି କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ପଂଚାୟତ ନିର୍ବାଚନରେ ମୟୁରଭଂଜ ଜିଲ୍ଲାବାସୀ ବିଜେଡିକୁ ପ୍ରତ୍ୟାଖାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ରଖି ବିଜେପିକୁ ପୂର୍ଣ୍ଣ ସମର୍ଥନ ମିଳିଛି। ଅନ୍ୟପଟେ ରାଜକିଶୋରଙ୍କୁ ବିଜାତୋଳା ଉପନିର୍ବାଚନର ସଂପୂର୍ଣ୍ଣ ଦାୟୀତ୍ୱ ମିଳିଥିବା ସତ୍ୱେ ସେ ବିଜେପିକୁ ଜିତାଇ ପାରିନଥିଲେ।

ରାଜକିଶୋର ଆଜି ବିଜେଡିରେ ସାମିଲ ହେବା ପରେ ଦଳ ବିରୁଦ୍ଧରେ ବୟାନ ବାଜି କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top