Home କୋରାପୁଟ ରାଜପଥ କଡରୁ ମହିଳା ଉଦ୍ଧାର

ରାଜପଥ କଡରୁ ମହିଳା ଉଦ୍ଧାର

949

କୋରାପୁଟ ୧୬-୦୫ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ-ଜୟପୁର ୨୬ ନଂ ଜାତୀୟ ରାଜପଥର ଦେବୀଘାଟ ନିକଟରେ କେତେକ ଯୁବ ସମାଜସେବୀ ଜଣେ ମହିଳାଙ୍କୁ ଉଦ୍ଧାର କରି ସଖୀ ଅନୁଷ୍ଠାନକୁ ହସ୍ତାନ୍ତର କରିଥିଲେ। ପରେ ସଖୀର କର୍ମକର୍ତ୍ତା ମହିଳା ଜଣକୁ ତାଙ୍କ ଘରେ ନେଇ ଛାଡିଥିଲେ। ସୂଚନା ଅନୁଯାୟୀ, କୋରାପୁଟ ବାଟ ମଙ୍ଗଳା ମନ୍ଦିର ନିକଟରେ ରହୁଥିବା ଗୌରୀ ବାଘ ପାରିବାରିକ କଳହ ଯୋଗୁଁ ଘର ଛାଡି ଜୟପୁର ରାସ୍ତାରେ ଚାଲି ଚାଲି ଯାଉଥିଲେ। ପ୍ରବଳ ଖରାରେ ଥକିପଡି ଗୌରୀ ଜାତୀୟ ରାଜପଥ କଡର ଏକ ଗଛମୂଳେ ଶୋଇ ପଡିଥିଲେ। ରାଜେଶ ମହୁରିଆ ଓ କାମାକ୍ଷୀ ପ୍ରସାଦ ମାଝି ନାମକ ଦୁଇଜଣ ଯୁବ ସମାଜସେବୀ ମହିଳାଙ୍କୁ ସେଠାରୁ କୋରାପୁଟ ଡାକ୍ତରଖାନାକୁ ନେଇ ଆସିଥିଲେ। ପ୍ରାଥମିକ ଚିକିତ୍ସା ପରେ ସଖୀ ଅନୁଷ୍ଠାନରେ କିଛି ସମୟ ରଖା ଯାଇ ପରେ ତାଙ୍କ ଘରେ ଛଡା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.