ad
ଓଡ଼ିଶା

ରାଜନୈତିକ ହିଂସା : ପୂର୍ବତନ ଘଷିପୁରା ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ହାଣି ହତ୍ୟା

– ଘଷିପୁରା ରାଜନୈତିକ ଆକ୍ରୋଶର ଶିକାର ହେଲେ ସନା ସେନାର ପୂର୍ବତନ ଘଷିପୁରା ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା, ଅତି ନିର୍ମମ ଭାବେ ହାତ ଗୋଡ଼ ହାଣି ହତ୍ୟା

କେନ୍ଦୁଝର, ତା ୨୬ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଆଗାମୀ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ରକ୍ତ ରଞ୍ଜିତ ହୋଇଛି କେନ୍ଦୁଝର ଜିଲ୍ଲା ରାଜନୀତି। ନିର୍ବାଚନୀ ମାହୋଲ ରେ ଦେଖିବାକୁ ମିଳିଛି ରକ୍ତଛିଟାର ଛାପ। ଆଉ କେଉଁଠି ନୁହେଁ, ବରଂ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜ୍ୟ ରାଜନୀତି ଚର୍ଚ୍ଚିତ ଘଷିପୁରା ନିର୍ବାଚନ ମଣ୍ଡଳୀରେ। ଗତକାଲି ରାତିରେ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ ଘର ନିକଟରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜାଣାପଡିଛି। ରାଜନୈତିକ ଆକ୍ରୋଶ ରଖି କିଛି ବ୍ୟକ୍ତି ଦୁଇଟି ଗୋଡ଼ ଓ ହାତକୁ ହାଣି ଦେଇ ଘଟଣାସ୍ଥଳରୁ ଛାଡି ଚାଲିଯାଇଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ହାତ ଗୋଡ଼ ସମ୍ପୂର୍ଣ ଭାବେ କଟିଯାଇଥିବା କାରଣରୁ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା, ଫଳରେ ଗତକାଲି ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। ପୂର୍ବରୁ ସ୍ଥାନୀୟ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଦୁଇ ପୁଅ ଓ ତାଙ୍କ ସମର୍ଥକ ମାନେ ସନାସେନା ନେତା ଓ କର୍ମୀଙ୍କ ଉପରେ ଆକ୍ରମଣ କରିଥିବାର ନଜିର ରହିଛି। ପୂର୍ବରୁ ବିଚ ବଜାର ଉପରେ ନେତାଙ୍କୁ ଗୋଡେଇ ହାଣିବା ରେ ମନ୍ତ୍ରୀଙ୍କ ପୁଅଙ୍କ ଦବଙ୍ଗଗିରି ମଧ୍ୟ ଚର୍ଚ୍ଚା ଯୋର ଧରିଥିଲା। ପୂର୍ବ ରୁ ଆନନ୍ଦପୁର ଚେୟାରମ୍ୟାନ ସାଙ୍ଗକୁ ଗତ ୨୦୧୪ ସାଧାରଣ ନିର୍ବାଚନରେ ସନାତନ ମହାକୁଡ଼ଙ୍କ ସମର୍ଥନରେ ସ୍ୱାଧୀନ ପାର୍ଥି ଭାବେ ଘଷିପୁରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ଅନେକ ସମୟରେ ମନ୍ତ୍ରୀଙ୍କୁ ଅକଳରେ ପକାଉଥିବା ସନାସେନା ନେତା ରାମଚନ୍ଦ୍ର ବେହେରାଙ୍କ ମୃତ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ରାଜନୈତିକ ଆକ୍ରୋଶ ରଖି ଏଭଳି ହତ୍ୟା କାଣ୍ଡ ଘଟା ଯାଇଛି ବୋଲି ଏଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଆଲୋଚନା ଯୋର ଧରିଛି। ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top