Home ଓଡ଼ିଶା ରାଜନୈତିକ ଶତୃତା ଓ ଯାଗାବାଡ଼ିକୁ ନେଇ ହତ୍ୟା

ରାଜନୈତିକ ଶତୃତା ଓ ଯାଗାବାଡ଼ିକୁ ନେଇ ହତ୍ୟା

31

ଖୋର୍ଦ୍ଧା, ୧୧.୧୧ (ଓଡିଆ ପୁଅ/ଦୀପକ ପ୍ରଧାନ): ରାଜନୈତିକ ଶତ୍ରୁତା ଓ ସରକାରୀ ଜାଗାବାଡିକୁ କେନ୍ଦ୍ର କରି ହତ୍ୟା। ସଦର ଥାନା ବ୍ରଜମୋହନପୁର ଶରଧାପୁର ଗ୍ରାମରେ ସକାଳ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ପିଟିପିଟି ମାରିଦେଲେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ। ମୃତକ ହେଲେ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ବଳିଆରସିଂହ (୭୫)।

ସୂଚନା ପ୍ରକାରେ ଆଜି ସକାଳ ସମୟରେ ରବିନ୍ଦ୍ର ଦାଣ୍ଡ ପିଣ୍ଡାରେ ବସିଥିଲେ। ଏହି ସମୟରେ ଗ୍ରାମର ୬ ରୁ ୭ଜଣ ଯୁବକ ମାରଣାସ୍ତ୍ର ଧରି ମୃତକ ରବିନ୍ଦ୍ରଙ୍କ ଦୁଆରେ ପହଞ୍ଚି ମୃତକ ପୁଅ ରଶ୍ମିରଞ୍ଜନ ନାଁ ଧରି ଗାଳିଗୁଲଜ କରିଥିଲେ। ରଶ୍ମି ବାହାରକୁ ଆସିବା ପରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପୁଅକୁ ବଞ୍ଚାଇବାକୁ ଯାଇ ରବିନ୍ଦ୍ର ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ। ଜଣେ ତାଙ୍କ ଛାତିକୁ କହୁଣୀରେ ଶକ୍ତ ଆଘାତ ଦେଇଥିବାରୁ ସେ ତଳେ ପଡ଼ି ଯାଇଥିଲେ। ରବିନ୍ଦ୍ର ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଉଦ୍ଧାର କରି ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଆକ୍ରମଣ କରିଥିବା ଯୁବକଙ୍କ ମଧ୍ୟରୁ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.