Home ଜିଲ୍ଲା ପରିକ୍ରମା ରାଜନଗର ପଂଚାୟତରେ ବିକଶିତ କୃଷି ସଂକଳ୍ପ ଅଭିଯାନ

ରାଜନଗର ପଂଚାୟତରେ ବିକଶିତ କୃଷି ସଂକଳ୍ପ ଅଭିଯାନ

17

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ରାଜନଗର ପଂଚାୟତରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ସୋମବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ତାଲିମ ଶିବିରେ ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ପୌରୋହିତ୍ୟ କରିଥିଲେ। ଏଥିରେ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିଜବର ସେଠୀ, ଭାରତୀୟ ଅନୁସନ୍ଧାନ ପରିଷଦର ବୈଜ୍ଞାନିକ ଡ. ରାଜଲକ୍ଷ୍ମୀ ବେହେରା, ରାଣୀତାଲ କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ବିଜୟଲକ୍ଷ୍ମୀ ମହନ୍ତ ଓ ଡ. ବିଜୟଲକ୍ଷ୍ମୀ ରାଉତ, ବରିଷ୍ଟ ଗବେଷିକା ଭାନୁମତୀ ଧିନ୍ଦା, ସରପଞ୍ଚଙ୍କ ପ୍ରତିନିଧି ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ସନାତନ ବାରିକ ପ୍ରମୁଖ ଯୋଗଦେଇ ଚାଷୀମାନେ ଅଧିକ ଅମଳ ପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଅବଲମ୍ବନ କରିବା ଆବଶ୍ୟକ ବୋଲି କହିଥିଲେ। ଶିବିରରେ କୃଷି ବୈଜ୍ଞାନିକ ଓ ଗବେଷକମାନେ ଖରିଫ୍ ଚାଷ, ପନିପରିବା ଚାଷ, ମାଛ ଚାଷ, ଡାଲିଜାତୀୟ ଚାଷ, ଆଖୁ, ଅଦା, ପଶୁପାଳନ ଇତ୍ୟାଦି ଚାଷ ଉପରେ ତାଲିମ ଦେଇଥିଲେ। ଡିଟିଏମ ରଂଜିତ କୁମାର ସାହୁ, ଏଟିଏ ଅନୁରାଗ ନାୟକ, ଗିରିଜାଶଂକର ରାୟ ଚୌଧୁରୀ, ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ ବିଜୟ କୁମାର ସିଂ ଓ ସତ୍ୟବ୍ରତ ନାୟକ, ମତ୍ସ୍ୟ ବିଭାଗ ଅଧିକାରୀ ସୁଚିତ୍ରା ବେହେରା ଓ ସଂଗୀତା ପତି, ଗ୍ରାମ୍ୟ କୃଷି କର୍ମଚାରୀ ତ୍ରିନାଥ ଭୋଇ, ସନ୍ତୋଷ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.