Home ଓଡ଼ିଶା ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

51

ପୁରୀ ୨୨-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରଥଯାତ୍ରା ନେଇ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ନିର୍ମାଣାଧୀନ ତିନିରଥର ୧୨ ଟି ଦୁଆର ବେଢ଼ା କାର୍ଯ୍ୟ ଶେଷ ହୋଇଛି। ଖପୁରି ସମେତ ପାରାଭାଡ଼ି ଏବଂ ତେରପରସ୍ତ ପୋଟଳ ଲଗାଯାଇଛି। ଦୁଆରବେଢ଼ା ସହ ଚନ୍ଦ୍ରଶାଳି ସଂଯୋଗ କରାଯାଇଛି। ବେଦି ଚତୁଃପାର୍ଶ୍ଵରେ ତାଗ ବାଡ଼ିଆ ଯାଇଛି। ତିନିରଥରେ ପଟା ବାଡ଼ିଆ ଯାଉଛି। ଚାରପରିଛା ସହ ୫ଟି ଲେଖାଏଁ ଗୁଣ୍ଠି ସଂଯୋଗ କରାଯାଇଛି। ସେହିପରି ରଥ ସମ୍ମୁଖ ଭାଗରେ ସାଲଗୁଜ ଲଗା ଯାଇଛି। ମହାରଣା ସେବକ ପ୍ରଭା ନିର୍ମାଣ କରୁଛନ୍ତି। କଳସରେ ଆଲୁମିନିୟମ ଚଦର ପକାଯାଉଛି। ଏହାପରେ ସେଥିରେ ରଙ୍ଗ କରାଯିବ। ଦରିଜି ସେବକ ରଥକନା ସିଲାଇ କରୁଛନ୍ତି। ରୂପକାରଙ୍କ ଦ୍ଵାରା ଖୋଦେଇ କରାଯାଉଛି। ଚିତ୍ରକାର ସେବକ ପାର୍ଶ୍ବ ଦେବାଦେବୀ, ସାରଥି, ଘୋଡ଼ା ଏବଂ ସଖୀଙ୍କୁ ରଙ୍ଗ କରୁଛନ୍ତି। ଅସ୍ଥାୟୀ କମାରଶାଳରେ କଣ୍ଟାକବ୍‌ଜା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.